Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକା ମଧୁସ୍ମିତା ଆତ୍ମହତ୍ୟା ମାମଲା, ଗିରଫ ହେଲା ସ୍ୱାମୀ

ଭୁବନେଶ୍ୱର: ସାମ୍ବାଦିକା ମଧୁସ୍ମିତା ପରିଡ଼ା ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି। ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଏହାକୁ ଭିତ୍ତି କରି ଭୁବନେଶ୍ୱରର ଧଉଳି ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଶ୍ରୀଧରଙ୍କୁ କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ଭାଇଙ୍କୁ ପଚରାଉଚରା କରୁଛି।

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିଥିଲେ । ବିବାହ ପରେ ଶ୍ରୀଧର ଅନ୍ୟ ଝିଅଙ୍କ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ । ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ । ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି । ଗତକାଲି ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା ।

ମଧୁସ୍ମିତାଙ୍କ ଭଉଣୀଙ୍କୁ କହିଛନ୍ତି, ବିବାହ ପରେ ଶ୍ରୀଧରଙ୍କ ଅନ୍ୟ ଝିଅଙ୍କ ସହ ସଂପର୍କ ଥିଲା । ବିଳମ୍ବିତ ରାତି ଯାଏଁ ସେ ଝିଅମାନଙ୍କ ସହ କଥା ହେଉଥିଲା । ଏଥିପାଇଁ ମୋ ଭଉଣୀ ଓ ଶ୍ରୀଧରଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମୋ ଭଉଣୀକୁ ଛାଡ଼ପତ୍ର ଦେଇ ଅନ୍ୟ ଝିଅକୁ ବିବାହ କରିବ ବୋଲି ଯୋଜନା କରୁଥିଲା ଶ୍ରୀଧର । ଶ୍ରୀଧର ଓ ତାଙ୍କ ଭାଇ ମୋ ଭଉଣୀକୁ ଉପରୁ ଠେଲି ମାରି ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ମୋ ଭଉଣୀକୁ ବିବାହ କରିବା ପୂର୍ବରୁ ଶ୍ରୀଧର ଅନ୍ୟ ଜଣଙ୍କୁ ବିବାହ କରିଥିଲା । ତାହା ସହ ଛାଡ଼ପତ୍ର ହୋଇସାରିଛି । ଏହି ବିଷୟରେ ଆମ ପରିବାର ଓ ମୋ ଭଉଣୀକୁ ଜଣାନଥିଲା । ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିବାକୁ ନେଇ ଦୁଇ ଦିନ ତଳେ ମୋ ଭଉଣୀ ଫିନାଇଲ ପିଇ ଦେଇଥିଲା । ପରେ ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଏହାପରେ ଏହି ଘଟଣା ଘଟିଛି ।

ଅନ୍ୟପକ୍ଷରେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ କହିଛନ୍ତି, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ । ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି । ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ମୋ ଭାଇ ମୋତେ କହିଥିଲା । ତା’ପରେ ମୁଁ ତାକୁ ଫୋନ୍ କରିଥିଲି । ହେଲେ ସେ ମୋ ଫୋନ୍ ଉଠାଇ ନଥିଲା । ପରେ ମୁଁ ତାକୁ ମେସେଜ କରିଥିଲି । ତାର ମଧ୍ୟ ସେ ଉତ୍ତର ଦେଇନଥିଲା । ଏହାପରେ ମୁଁ ଥାନାକୁ ଯାଇ ପୋଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି । ପୋଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା । ହେଲେ ସେ ମଧ୍ୟ ଉଠାଇ ନଥିଲେ । ପରେ ଏହ ଘଟଣା ଘଟିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ