Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷ୍ମୀପୁର ଠାରେ ଏୟାରଟେଲର ୫-ଜି ସେବା ଆରମ୍ଭ

କୋରାପୁଟ: ଦିନ ଥିଲା ଲକ୍ଷ୍ମୀପୁର ବ୍ଲକରେ ବିଏସନାଲର ୨-ଜି ସେବା ମିଳିବା କଷ୍ଟକର ଥିବା ବେଳେ ଏବେ ଏୟାରଟେଲ୍ ଏଠି ତାର ୫-ଜି ସେବା ଆରମ୍ଭ କରିଛି।। ବର୍ତ୍ତମାନ କାମ ଆରମ୍ଭ ହୋଇ ଆଉ ଦୁଇ ଦିନ ଚାଲିବ ବୋଲି ସୁଚନା ମିଳିଛି।ଏୟାରଟେଲ୍ ଉପଭୋକ୍ତା ମାନେ ଏବେ ଫୁଲ ଷ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।ବର୍ତ୍ତମାନ ଏଠାରେ ଜିଓ ନେଟଓ୍ଵର୍କ ମଧ୍ୟ ଅଛି।କିନ୍ତୁ ତାର ଉପ ଭୋକ୍ତା ମାନେ ଉଚିତ୍ ସେବା ପାଇ ପାରୁ ନଥିବାରୁ ସଭିଏଁ ଏବେ ଏୟାରଟେଲ ଆଡକୁ ମୁହଁ ବୁଲାଉଛନ୍ତି।କାରଣ ଲକ୍ଷ୍ମୀପୁର ବ୍ଲକ ସଦରରେ ବିଏସନାଲ୍ ଓ ଜିଓ ଠାରୁ ଏଇରଟେଲ୍ ଭଲ ସୁବିଧା ଯୋଗାଇ ଆସୁଛି।କୌଣସି ଦିନ ଏଠି ଏୟାରଟେଲ ନେଟଓ୍ଵର୍କ ଫେଲ ରହୁ ନଥିବା ବେଳେ ବିଏସଏନ୍‌ଏଲ୍‌ ନେଟଓ୍ଵର୍କ କେବେ ଯାଉଛି କେବେ ଆସୁଛି ତାହା ଜଣା ପଡୁନି। ଜିଓ ନେଟଓ୍ଵର୍କ କଥା ନକହିବା ଭଲ।ଉପଭୋକ୍ତାଙ୍କ ଠାରୁ ରିଚାର୍ଜ ମାଧ୍ୟମରେ ଜିଓ କମ୍ପାନି ଯେତିକି ପଇସା ଟାଣୁଚି ସେହି ହିସାବରେ ସେବା ଯୋଗାଇ ପାରୁନି।ଇଣ୍ଟରନେଟ୍ ପୁରା ଧିମେଇ ଚାଲୁଥିବା ବେଳେ ଘର ଭିତରେ ଠିକ୍ ଭାବେ ନେଟ୍ଓ୍ଵର୍କ ଆସୁନି।ରିଚାର୍ଜ୍ ଅଫର୍ ମଧ୍ୟ ସେତେଟା ଭଲ ନଥିବା ବେଳେ ଅନେକ ଲୋକ ଏବେ ଜିଓ ଛାଡି ଏୟାରଟେଲ ସିମ୍ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।