ଅସହାୟ ଝିଅକୁ ପାଠ ପଢ଼ାଇବାକୁ ହାତ ବଢ଼ାଇଲେ ସମାଜସେବୀ

ସମ୍ବଲପୁର:ଜଣେ ଗରିବ ମହିଳା ରୋଗୀର ଚିକିତ୍ସା ଓ ତାଙ୍କ ଝିଅର ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ବ୍ୟବସ୍ଥା କରି ପୁଣି ଚର୍ଚ୍ଚାରେ ଅଛନ୍ତି ସମାଜସେବୀ ଛତ୍ରପତି ଡକ୍ଟର ଦିପକ ପାଣ୍ଡେ। ସୁଚନା ଅନୁସାରେ ସମ୍ବଲପୁର ସହରର ଗୋବିନ୍ଦତୋଲା ଠାରେ ରହୁଥିବା ସବିତା ପଟ୍ଟନାୟକ ଜଣେ ଗରିବ ଶ୍ରେଣୀର।ସ୍ୱାମିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ବହୁଦିନରୁ ରୋଗାକ୍ରାନ୍ତ ଅଛନ୍ତି। ତେଣେ ମେଡିକାଲକୁ ଯାଇ ଚିକିତ୍ସା ହେବା ସମ୍ଭବପର ହେଉନଥିବାରୁ ରେଡକ୍ରସର ଆଜିବନ ସହାୟକ ରାମଶଙ୍କର ଚୈ।ଧୁରୀ ତାଙ୍କୁ ନେଇ ଭିମସାର ଯିବାପରେ ସମାଜସେବୀ ତଥା ରେଡକ୍ରସ ପୁଷ୍ଠପୋଷକ ନିହାଲ ସିଂ ସବିତାଙ୍କୁ ଦେଖାକରିବା ପରେ ତାଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତେଣେ ସବିତାଙ୍କ ଝିଅ ମମତା ପଟ୍ଟନାୟକଙ୍କ ଯୁକ୍ତ ୨ ପାଠ ପଡିବାକୁ ଆର୍ଥିକ ଅସୁବିଧା ଥିବା ଜାଣିବା ପରେ ଶ୍ରୀଯୁକ୍ତ ସିଂ ସାମାଜିକ ସଂଗଠନ ସେବାର ସଭାପତି ତଥା ଛତ୍ରପତି ଡକ୍ଟର ଦିପକ ପାଣ୍ଡେ ଙ୍କ ସହ ଯୋଗାଯୋଗ କରିବା ପରେ ଶ୍ରୀଯୁକ୍ତ ପାଣ୍ଡେ ମମତା ଙ୍କ ପାଠପଢିବାକୁ ହେଉଥିବା ଆର୍ଥିକ ଅସୁବିଧା ଦୁର କରି ତାକୁ ସାହାଯ୍ୟ କରିଥିବା ନେଇ ଜଣାପଡିଛି।