Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ୯.୧୮ କୋଟିରୁ ଅଧିକ ମୂଲ୍ୟର ଆୟ ବହିଭୂର୍ତ ସମ୍ପତ୍ତି ଥିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ପୂର୍ବତନ ବିଜେଡି ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ୩ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଭିଜିଲାନ୍ସ।
ଗୋପାଳପୁର ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଆୟ ବହିଭୂର୍ତ ସମ୍ପତ୍ତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ପ୍ରକାଶ କରିଛି ଭିଜିଲାନ୍ସ।

୨୦୨୧ ଅକ୍ଟୋବର ୪ ତାରିଖରେ ତାଙ୍କ ବିରୋଧରେ ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ଚଢଉବେଳେ ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଘରୁ ପ୍ରାୟ  ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ