Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ: ୧୨ ବର୍ଷର ସଂକଳ୍ପ ଆଜି ପାଇଁ ଆନ୍ଦୋଳନ

ସମ୍ବଲପୁର:ଭାରତୀ ସମାଜ ପକ୍ଷରୁ ୧୧ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଜନ ଆନ୍ଦୋଳନ ରେ ପରିଣତ ହୋଇଛି । ଦିନକୁ ଦିନ ସମ୍ବଲପୁରୀ ଦିନ୍ ପଶ୍ଚିମାଞ୍ଚଳ ବାସୀ ଙ୍କ ର ଅସ୍ମିତାର ଦିନ ଭାବେ ଗ୍ରହଣୀୟ ହୋଇଚାଲିଛି ।
ଚଲିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ରେ ସମ୍ବଲପୁରୀ ଦିନ ପାଲନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସମ୍ବଲପୁରୀ ସଂସ୍କୃତି ର ପୁରୋଧା ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କ ର ଜନ୍ମଶତବାର୍ଷିକୀ ୨୦୧୩ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଗଠନ କରାଯାଇ ଅଗଷ୍ଟ – ୧ ତାରିଖ ରେ ସମ୍ବଲପୁରୀ ଦିନ ଭାବରେ ପାଲନ ଆରମ୍ଭ ହୋଇ ଚଲିତ ବର୍ଷ ୧୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ।
ଗୁରୁଶ୍ରୀ ବହିଦାର ସମ୍ବଲପୁରୀ ସାଧକ କବି କଲାକାର ମାନ ଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସାରା ଜୀବନ ବଲିଦାନ ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ଯ ର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନ ରେ ସମ୍ବଲପୁରୀ ଦିନ ଭାବରେ ଆୟୋଜନ କରିଆସୁଛି । ମଞ୍ଚ ସମ୍ବଲପୁର ରେ ପ୍ରତି ବର୍ଷ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ର ଆୟୋଜନ କରିଆସୁଛି।
ସ୍ଥାନୀୟ ମହାନଦୀ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଲନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନର ଆୟୋଜନ ଉପରେ ସୁଚନା ଦିଆଯାଇଥିଲା । ଚଲିତ ବର୍ଷ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ସମ୍ବଲପୁରର ବହୁ ସଂଗଠନ ଏବଂ ଅନୁଷ୍ଠାନ ମାନ ଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ର ପ୍ରତିମୂର୍ତ୍ତି ଉଦଘାଟନ ପାଇଁ ଚୁଡାନ୍ତ ପ୍ରସ୍ତୁତି କରାଯାଉଛି। ଏହି ଅବସରରେ କେନ୍ଦ୍ର ଷ୍ଟିଲ ମନ୍ତ୍ରୀ, ଓଡ଼ିଶା ର ପଞ୍ଚାୟତିରାଜ ଏବ ଗ୍ରାମିଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ତପସ୍ବୀନୀ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ବଲପୁରୀ ଦିନ ପାଇଁ ସମ୍ବଲପୁରୀ ନନୀ ପ୍ରତିଯୋଗିତା ସହ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆହ୍ବାନ କ୍ରମେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ରଂଗୋଲି, ଚିତ୍ରାଂକନ ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଗୁରୁ ସତ୍ଯ ନାରାୟଣ ବହିଦାରଂକର ଜୀବନୀ ପୁସ୍ତକ ଉନ୍ମୋଚନ କରାଯିବ।
ସେହିପରି ଝାରସୁଗୁଡା, ସୁନ୍ଦରଗଡା, ସୋନପୁର, ବୌଦ୍ଧ ଏବଂ ବରଗଡରେ ଭବ୍ୟ ଢଂଗରେ ସମ୍ବଲପୁରୀ ଦିନ ଆୟୋଜିତ ହେବ । ସମ୍ବଲପୁର ଜେଲ ଛକ ନିକଟରେ ଥିବା ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ରେ ୧୨ ତମ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ହେବ। ଏଥିରେ ସକାଲ ୧୦ ଟାରୁ ସମ୍ବଲପୁରୀ କବିତା ପାଠ ପରେ ଦିନ ୧ ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାଂସ୍କୃତିକ ଦଲ ଅଂଶଗ୍ରହଣ କରିବେ । ଚଲିତ ବର୍ଷ ବରଗଡ଼ ର ସମ୍ବଲପୁରୀ ସାହିତ୍ୟକ ଏବଂ ପ୍ରଚାରକ ଶୀବଶଙ୍କର ପୁଜାରୀଙ୍କୁ “ଗୁରୁଶ୍ରୀ ସତ୍ଯ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ” ପ୍ରଦାନ କରାଯିବ ବୋଲି ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି । ଏହା ସହ ସମ୍ବଲପୁରୀ ଦିନ ମଞ୍ଚରେ ସମ୍ବଲପୁରୀ ପାଇଁ କାର୍ୟ୍ଯ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବ। ସାମ୍ବାଦିକ ସମ୍ମିଲନୀରେ ସମ୍ବଲପୁରୀ ଦିନ ସଂଯୋଜକ ଡ.ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ, ସମ୍ବଲପୁର ଜିଲା ସଂଯୋଜକ ଦେବାଶିଷ ବେହେରା, ସମ୍ବଲପୁରୀ ଭାଷା ସାହିତ୍ୟ ସଂଯୋଜକ ଡ.ସ୍ବୟଂ ପ୍ରକାଶ ପଣ୍ଡା, ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ପ୍ରମୁଖ ଉପସ୍ଥିତ ରହିଥିବା ବେଲେ ରାହୁଲ ଗୁପ୍ତା, ରାହୁଲ ମୋଦକ, ନିଶିକାନ୍ତ ବିଶ୍ଵାଳ, କିଶୋର ଧରେଇ, ମୁଖ୍ୟ ସଂଯୋଜକ ମାନସ ବକ୍ସି ପ୍ରମୁଖ ସହଯୋଗ କରିଥିଲେ ।
କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (କୋଇଲା ଓ ଖଣି ବିଭାଗ)ସତୀଶ ଚନ୍ଦ୍ର ଦୁବେ ମଧ୍ୟ ମୂର୍ତ୍ତି ଅନାବରଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଉଛନ୍ତି।