Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ଓଲଟିଲା ପିକଅପ୍:୨ ଆହତ

ସମ୍ବଲପୁର:ଚୋରା କେନ୍ଦୁପତ୍ର ଚାଲାଣ କରୁଥିବା ଏକ ପିକ୍ ଅପ୍ ନାକଟିଦେଉଲ ନିକଟରେ ଦୂର୍ଘଟଣା ଗ୍ରସ୍ତ ହୋଇଛି।ଗଛକୁ ଧକ୍କା ଦେଇ ରାସ୍ତା ମଝିରେ ଓଲଟି ପଡିଥିଲା ଏହି କେନ୍ଦୁପତ୍ର ବୋଝେଇ ପିକଅପ। ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଚୋରା କେନ୍ଦୁପତ୍ର ବୋଝେଇ କରି ରାତି ଅଧରେ ପିକଅପ ଭ୍ୟାନ୍ ଗାଡ଼ିରେ ଚୋରା ଚାଲାଣ କରୁଥିଲେ। ଖବର ପାଇ ବନ ବିଭାଗ ପିଛା କରିବାରୁ ଦ୍ରୁତ ଗତିରେ ପଳାଉ ଥିବା ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଥିବା ବେଳେ ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଅଗ୍ନି ମଜୁମଦାର(୨୯) ଏବଂ ସୁମନ ଘୋଷ (୨୨) । ଆହତ ମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories