Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛାମୁଣ୍ଡା ହାତିପଡା ରାସ୍ତା କଗିଲେ ନସରେ,ଦୃଷ୍ଟି ପଡୁନି କାହାର

ସମ୍ବଲପୁର:କହିଲେ କୂଳ କୁଟୁମ୍ବକୁ ଲାଜ।ଅଯୋଗ୍ୟ ନେତାଙ୍କୁ ଦକ୍ଷତା ବିହିନ ଅଧିକାରୀ।ମିଳି ଭଗତରେ ସବୁ ସିନା କରିଦେବେ ଚଳୁ,ହେଲେ ଏଭଳି ସମସ୍ୟା ଉପରେ ପଶିବନି ତାଙ୍କ ବୁଦ୍ଧି।ଆଉ ଏମିତି ଏକ ସମସ୍ୟାକୁ ନେଇ ଭିଡିଓ ଘୁରି ବୁଲୁଛି ସାମାଜିକ ଗଣମାଧ୍ୟମରେ।ତେବେବି ଚେତିନାହାନ୍ତି ଗ୍ରାମ ୱାଡମେମ୍ବର,ସରପଞ୍ଚ୍ , ସମିତି ମେମ୍ବର କିମ୍ବା ତା ଉପର ଉପରକୁ ଥିବା ବ୍ଲକ୍ ଅଧ୍ୟକ୍ଷ,ବିଧାୟକ କିମ୍ବା ସାଂସଦ ନେତା।ଚେତିନାହାଁନ୍ତି ଇଓ ଠାରୁ ବିଡିଓ କେହି। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯୁଯୋମୁରା ବ୍ଲକ୍ ଛାମୁଣ୍ଡା ପଞ୍ଚାୟତରୁ। ଛାମୁଣ୍ଡା ପଞ୍ଚାୟତର ହାତିପଡା ରାସ୍ତା ଉପରେ ଗାଲଚିରା, ହାତିପଡା ଓ ଛାମୁଣ୍ଡା ଗ୍ରାମବାସୀ ନିର୍ଭର କରୁଥିବା ସତ୍ତ୍ୱେ ମିଳୁନି ତାଙ୍କୁ ନ୍ୟାୟ।ଏପରିକି ଏହି ରାସ୍ତା ଉପରେ ଶିକ୍ଷା ପାଇଁ କୋମଳ ଓ ଶୈଶବ ଶିକ୍ଷାର୍ଥୀ ପ୍ରାଥମିକ ଶିକ୍ଷା ପାଇଁ ନିର୍ଭର କରୁଥିବା ସତ୍ତ୍ୱେ ମିଳିଭଗତେର ନେତା ଓ ଅଧିକାରୀଙ୍କ ସାଧାରଣ ଜନତାଙ୍କ ମଧ୍ୟରେ କେତେଯେ,ବ୍ୟବଧାନ ରହିଛି ଏହି ଦୃଶ୍ୟ ବିକଶିତ ଗାଁ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।