ଅନୁସୂଚିତ ଜାତିର ଗରିବ ମେଧାଵୀ ଛାତ୍ରୀ ବିଜୟାଙ୍କ ଉଚ୍ଚଶିକ୍ଷା ପାଇଁ ବଢ଼ିଲା ସହାୟତାର ହାତ


ସମ୍ବଲପୁର: ଚଳିତବର୍ଷ ଅନୁସୂଚିତ ଜାତିର ଗରିବ ମେଧାବୀ ଛାତ୍ରୀ କୁମାରୀ ବିଜୟା ମହାନନ୍ଦ ଙ୍କୁ ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ଵଢାଇଛନ୍ତି କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ l ବରଗଡ଼ ଜିଲ୍ଲା ଗୋଡ଼ଭଗା ପଞ୍ଚାୟତ ଅନ୍ତର୍ଗତ ଗଡ଼ତିଆପାଲି ଗ୍ରାମର ଗରିବ ଅନୁସୂଚିତ ଜାତିର ମେଧାଵୀ ଛାତ୍ରୀ ଚଳିତ ବର୍ଷ ଓଜେଇ ପରୀକ୍ଷା ରେ ଭଲ ନମ୍ବର ରଖି ବ୍ରହ୍ମପୁର ପାରଳା ଇଞ୍ଜିନିୟରିଙ୍ଗ କଲେଜରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି l ତାଙ୍କ ବାପା ସଜବନ୍ତ ମହାନନ୍ଦ ଜଣେ ଦିନ ମଜୁରିଆ ହୋଇଥିବାରୁ ଅର୍ଥ ଯୋଗାଡ଼ କରି ନାମ ଲେଖାଇବା ପାଇଁ ଅସମର୍ଥ ଥିଲେ , ସମାଜସେଵୀ ଏମ ଡି କାଲୋ ଙ୍କ ଠାରୁ ଖବର ପାଇ ଗତ ତା:୨୫.୦୭.୨୦୨୪ (ଗୁରୁବାର) ସନ୍ଧ୍ୟାରେ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ ଓ ସ୍ପନ୍ଦନ ଆଞ୍ଚଳିକ ଯୁବକ ସଂଘ ଗୋଡ଼ଭଗା କେମ୍ପର ସଭାପତି ବାଳକୃଷ୍ଣ ସାହୁ କିଛି ବଦାନ୍ୟ ବ୍ୟକ୍ତି ଙ୍କ ଠାରୁ ଅର୍ଥ ସଂଗ୍ରହ କରିବା ସହିତ ନିଜେ କିଛି ଅର୍ଥ ମିଶାଇ ଟ. ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସମୟରେ ସ୍ପନ୍ଦନ ଆଞ୍ଚଳିକ ଯୁବକ ସଂଘ ର ବରିଷ୍ଠ ସଭ୍ୟ ଅକ୍ଷୟ କର୍ଣ୍ଣ , ଏମ ଡି କାଲୋ, ସୁଷମା ସାହୁ ଓ ବାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l