Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଲେରିଆ ସାମୁହିକ ଔଷଧ ସେବନ ପାଇଁ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ନଗର ସ୍ୱାସ୍ଥ୍ୟ ସମିତି ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମ୍ବଲପୁର ତରଫରୁ ଆଜି ଫାଇଲେରିଆ ସାମୁହିକ ଔଷଧ ସେବନ (ଅଗଷ୍ଟ-୨୦୨୪ ) ଉପରେ ନଗର ସ୍ତରୀୟ ସମନ୍ୱୟ ବୈଠକ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି।କମିଶନର, ସମ୍ବଲପୁର ମହାନଗର ନିଗମର ବେଦଭୂଷଣ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଆୟୋଜନ କରାଯାଇ ଥିଲା lଏହି ବୈଠକ ରେ ଡା. ପ୍ରଦୀପ କୁମାର ହୋତା (ଏ.ଡି.ୟୁ.ପି.ଏଚ.ଓ ) ,ଡା. ମହେନ୍ଦ୍ର ନନ୍ଦ (ନଗର ସ୍ୱାସ୍ଥ୍ୟ ଅଧିକାରୀ ) ଡା. ମୌସୁମୀ ମିଶ୍ର (ଡ଼ି.ପି.ଏମ ) ଡା ଶ୍ୟାମବନ୍ଧୁ ରଥ (ଡବ୍ଲୁ ଏଚ ଓ ) ଉପସ୍ଥିତ ରହି ସମ୍ବଲପୁର ସହରାଞ୍ଚଳ ରେ ଶତ ପ୍ରତିଶତ ଫାଇଲେରିଆ ଔଷଧ ସେବନ ପାଇଁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା।ଆରମ୍ଭରେ ସିପିଏମ ନିକୁରଞ୍ଜନ ପ୍ରତିହାରୀ ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଫାଇଲେରିଆ ପାଇଁ ସାମୁହିକ ଔଷଧ ସେବନ ପାଇଁ ତୃଣମୂଳ ସ୍ତରରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ତଥା ବିଦ୍ୟାଳୟ ,ଅଫିସ ,ଆପାର୍ଟମେଣ୍ଟ ମାନଙ୍କୁ ସଚେତନ କରାଯାଇଥିବା ସହିତ ବଡବଡ ବିଦ୍ୟାଳୟ,ବିଶ୍ୱବିଦ୍ୟାଳୟ ମାନଙ୍କରେ ଔଷଧ ଖୁଆଇବା ପାଇଁ ମୋବାଇଲ ଟିମ ଗଠନ ହୋଇଥିବା ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ