Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଡଗଡବାହାଲ ଜାତୀୟ ରାଜପଥ କଡରେ ରୋପଣ ହେଲା ୨୨୫ ଆମ୍ବ ଗଛ

ସମ୍ବଲପୁର:ଯୁଯୋମୁରା ବ୍ଳକ ଗଡଗଡବାହାଲ ଜାତୀୟ ରାଜପଥ କଡ଼ରେ ଏକ ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୨୫ ଗୋଟି ଆମ୍ବଗଛ ରୋପଣ କରାଯାଇଥିଲା। ହରିପ୍ରିୟା ଏସଏଚଜି ଗଡଗଡବାହାଲ ପକ୍ଷରୁ ଅନୁଷ୍ଠିତ ଏହି ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗଡଗଡବାହାଲ ବନ ସୁରକ୍ଷା ସମିତି ଓ ଗାୟିତ୍ରୀ ପରିବାର ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ରୋପଣ କରାଯାଇଥିବା ସବୁ ଆମ୍ବ ଗଛକୁ ସୁରକ୍ଷା ଦେବାକୁ ସମସ୍ତେ ଶପଥପାଠ କରିଥିଲେ।
କାର୍ଯ୍ୟକ୍ରମରେ ଗଡଗଡବାହାଲ ହରିପ୍ରିୟା ଏସଏଚଜି ସଭାନେତ୍ରୀ ସାବିତ୍ରୀ ନିତି, ସମ୍ପାଦିକା ସୁଷମା ପ୍ରଧାନ,
ସଭ୍ୟା ଲକ୍ଷ୍ମୀପ୍ରିୟା ପ୍ରଧାନ, ନିତା ମଟାରି,କୁମାରୀ ଧରୁଆ,ପଙ୍କଜିନି ତରିଆ ଉପସ୍ଥିତ ଥିଲେ। ଏହାସହ ଯୁଯୋମୁରା ବ୍ଳକ ଗାୟିତ୍ରୀ ପରିବାର ବ୍ଳକ ସଂଯୋଜକ ତଥା ଗଡଗଡବାହାଲ ବନ ସୁରକ୍ଷା ସମିତିର ସଭାପତି ସୁରେଶ୍ଵର ପ୍ରଧାନ,ବ୍ଳକ ଗାୟିତ୍ରୀ ପରିବାର ସଭ୍ୟ ଚିତ୍ତ ପ୍ରଧାନ, ରେଣୁ ଉପମା, ଗଡଗଡବାହାଲ ବନ ସୁରକ୍ଷା ସମିତିର ସଭ୍ୟ ଡମ୍ବରୁ ପ୍ରଧାନଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ