Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର୍ବ ସୈନିକ ସଂଗଠନର ବିଜୟ କାର୍ଗିଲ ଦିବସ

ସମ୍ବଲପୁର:ସହରର ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ଶୁକ୍ରବାର ରାତିରେ ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୁର୍ବ ସୈନିକ ସଂଗଠନ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସୁବେଦାର ମେଜର ଶିବ ନାରାୟଣ ବେହେରା ଅଧ୍ୟକ୍ଷତା କରିଥିଲେ। ଏଥିରେ ସଂଗଠନର ସବୁ ପୁର୍ବ ସୈନିକ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କର୍ଣ୍ଣେଲ ଡକ୍ଟର ନିର୍ମଳ ଚନ୍ଦ୍ର ପତି, ସମ୍ମାନିତ ଅତିଥି ଭାବରେ କର୍ଣ୍ଣେଲ ଦେବି ପ୍ରସାଦ ସାହୂ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ସହିଦ ପରିବାର ବହୁ ବୀର ନାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ସଂଗଠନର ଅନ୍ୟ ସବୁ ପଦାଧିକାରୀ ଙ୍କ ସହ ସଭ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ