Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଚ୍ଛାପୁର ସରପଞ୍ଚ୍ ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନିନ୍ଦା,ଗିରଫ ଦାବି

ସମ୍ବଲପୁର:ସୂବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଇଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ବ୍ଳକ୍ ପରିସରରେ ମରଣାନ୍ତକ ଆକ୍ରମଣ ହୋଇଛି।ପଞ୍ଚାୟତ ବାସୀଙ୍କ ସମସ୍ୟାକୁ ଆଧାରକରି ନିଜ ଦାୟିତ୍ୱ ସଂପାଦନା କରୁଥିବା ସମୟରେ ଦୁର୍ବୃତ୍ତ ମାନଙ୍କ ଦ୍ଵାରା ଆକ୍ରମଣ ଘଟଣାକୁ ରାଷ୍ଟ୍ରିୟ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ ଓଡିଶା ଶାଖା ପକ୍ଷରୁ ତୀବ୍ର ନିନ୍ଦା କରିବା ସହିତ ଆସାମୀ ମାନଙ୍କୁ ଅବିଳମ୍ଭେ ଗିରଫ କରିବାକୁ ଦାବି କରିଛି।ତୃଣ ମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜନ ପ୍ରତିନିଧି ମାନଙ୍କୁ ଏଭଳି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ।ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି।ସରପଞ୍ଚ୍ ଙ୍କ ଆରୋଗ୍ୟ ପାଇଁ ଭିମସାର କର୍ତ୍ତୃପକ୍ଷଙ୍କ ସଂଗଠନ ସହଯୋଗ ଲୋଡିବା ସହିତ ଜିଲ୍ଲା ପୋଲିସ ଘଟଣାର ତଦନ୍ତ କରି ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ ସରପଞ୍ଚ୍ ସଂଗଠନ ଓଡିଶା ଶାଖାର ରାଜ୍ୟ ସଭାପତି ରବି ରଥ ଓ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ମିଳିତ ଭାବେ ଦାବି କରିଛନ୍ତି।
ଏପରିକି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀ ମାନଙ୍କୁ ଗିରଫ କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ସରପଞ୍ଚ୍ ଓ ଜିଲ୍ଲା ସମିତି ସଭ୍ୟ ସଙ୍ଘ ମଧ୍ୟ ଦାବି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ