Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ସପ୍ତାହ:ଯୁଯୋମୁରା ଠାରେ ଦକ୍ଷତା ଦିବସ ପାଳିତ

ସମ୍ବଲପୁର:ଶୁକ୍ରବାର ଶିକ୍ଷା ସପ୍ତାହର ପଞ୍ଚମ ଦିନରେ ଯୁଯୋମୁରା ଠାରେ ଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଉଭୟ ଧନ୍ଦାମୂଳକ ରିଟେଲ ଓ ପ୍ଲମ୍ବିଂ ଟ୍ରେଡ୍ ପାଇଁ ଯୁଯୋମୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ମେଣ୍ଡଳୀଙ୍କ ସଭାପତିତ୍ବରେ ଅତିଥି ଅଧ୍ୟାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ଲମ୍ବିଁ ବିଭାଗ ପାଇଁ ଟ୍ରେନର ସୌମ୍ୟରଞ୍ଜନ ଭୁତିଆଙ୍କ ତତ୍ତ୍ୱାବଧାନରେ ପ୍ରମୋଦ କୁମାର ପ୍ରଧାନ ଏବଂ ରିଟେଲ ବିଭାଗ ପାଇଁ ଟ୍ରେନର ନେତ୍ରାନନ୍ଦ ଭୋଇ ସ୍ଥାନୀୟ ଯୁଯୋମୁରା ଦିଶା କଲେକ୍ସନର ପ୍ରୋପାଇଟର ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଖୁଚୁରା ବ୍ୟବସାୟ ଉପରେ ମାର୍ଗଦର୍ଶନ ଦେଇଥିଲେ।ଏହା ପୂର୍ବରୁ ଖୁଚୁରା ବ୍ୟବସାୟର ଛାତ୍ରଛାତ୍ରୀ ମାନେ ଦିଶା କଲେକ୍ସନ କ୍ଷେତ୍ର ପରିଦର୍ଶନ କରି ଅଭିନୟ ମାଧ୍ୟମରେ ବ୍ୟବସାୟ ପରିଚାଳନା ବିଷୟରେ ଅଭିନୟ କରି ଆବଶ୍ୟକ ଧାରଣା ସଂଗ୍ରହ କରିଥିଲେ । ଏହା ସହିତ ବିଦ୍ୟାଳୟରେ ଦକ୍ଷତା ଆଧାରିତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକ ପ୍ରଦର୍ଶନୀ ତଥା ଶିକ୍ଷୟତ୍ରୀ ସୀମା ମେହେର ଏବଂ ସମୀକ୍ଷା ପଣ୍ଡା ଓ ପରାଶକ୍ତି ସୁଭଦ୍ରିକାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତ କରିଥିବା ସ୍କ୍ରେଚ ଭିଡିଓ ପ୍ରଦର୍ଶିତ ହୋଇଥିଲା।ଏହି ଦକ୍ଷତା ଦିବସରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ରେ ସୁଶାନ୍ତ କୁମାର ସାହୁ, ଦମୟନ୍ତୀ ସାହୁ, ଉପାସନା ଡନସନା, ତରଙ୍ଗିଣୀ ରଞ୍ଜିତ, ଅନୁପ ମଣ୍ଡଳୀ, ଅଂଶୁମାନ ପାଣିଗ୍ରାହୀ, ନବୀନ ଚନ୍ଦ୍ର ପ୍ରଧାନ, ମିତ୍ର ଭାନୁ ମହାପାତ୍ର ଏବଂ ମନୋଜ କୁମାର ପଧାନ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ