Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାସ୍ତା ନୁହେଁ ମରଣଯନ୍ତା:ସବୁଦିନ ଘଟୁଛି ଛୋଟ ବଡ ଦୁର୍ଘଟଣା

ସମ୍ବଲପୁର: ରାସ୍ତା ନୁହେଁ,ସାଜିଛି ମରଣ ଯନ୍ତା। ପ୍ରଶାସନର ଚରମ ଅବହେଳାର ନିଦର୍ଶନ ଖର୍ସନମାଲ ଠାରୁ ଟାଙ୍ଗରପାଲି ରାସ୍ତା। ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଯାତ୍ରୀଙ୍କ ଏହା ହେଉଛି ଏକମାତ୍ର ଭରସାର ସଡକପଥ।କିନ୍ତୁ ରାସ୍ତାର ଦୁରାବସ୍ତା ଯୋଗୁଁ ପ୍ରାୟ ସବୁଦିନ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ନାହିଁ ନ ଥିବା ଦୁର୍ଦ୍ଦଶା ମଧ୍ୟ ଭୋଗୁଛନ୍ତି।
ଏଭଳି ପରିସ୍ଥିତି ଜମନକିରା ବ୍ଲକ ଅନ୍ତର୍ଗତ ଖର୍ସନମାଲ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ ହେଇଥିବା ଖର୍ସନମାଲ ଠାରୁ ସାହାଜବାହାଲ ଭାଟି ଦେଇ ଟାଙ୍ଗରପାଲି ରାସ୍ତା ବର୍ତ୍ତମାନ ଚାଲିଥିବା ବର୍ଷାରେ ଦୁର୍ବିସହ ହୋଇପଡିଛି। ବହୁ ବର୍ଷ ପୂର୍ବରୁ ଏହି ରାସ୍ତାରେ ମେଟାଲ ମୋରମ କାମ ହୋଇଥିଲା। ଉକ୍ତ ରାସ୍ତାଟି ବର୍ତ୍ତମାନ ଖରାପ ହେବାରୁ ମହାତ୍ମାଗାନ୍ଧୀ ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ରାସ୍ତାରେ ଗତ ବର୍ଷ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଟି ମୋରମ କାମ ପାଇଁ ମଞ୍ଜୁରୀ ମିଳିଥିଲା। ତେବେ ନିର୍ଦ୍ଦିଷ୍ଟ ଦୁଇଟି ରାଜନୈତିକ ଦଳର କର୍ମୀ ଏହି କାମ କରିବା ପାଇଁ ଯୁକ୍ତି ତର୍କ ମଧ୍ୟରେ ରାସ୍ତାର ଅବସ୍ଥା ହୋଇଥିବା ନେଇ ବଡ ଅଭିଯୋଗ ହୋଇଛି। ପରେ ଗୋଟିଏ ଦଳର କର୍ମୀ ଏହି କାର୍ଯ୍ୟଟି ହାତକୁ ନେଇ କାର୍ଯ୍ୟ କରିଥିଲେ। ଯୋଜନା ମୁତାବକ ୪ଲକ୍ଷ ଟଙ୍କାର ମାଟି କାମ ଓ ୬ ଲକ୍ଷ ଟଙ୍କାର ମୋରମ କାମ ହେବା କଥା। କିନ୍ତୁ ମାତ୍ର ୩ ଲକ୍ଷ ଟଙ୍କାର ମାଟି କାମ କରି ଅଳ୍ପ କିଛି ମାଟି ମିଶା ମୋରମ ପକାଇ ତରବରିଆ ଭାବରେ କାମ ସାରିଦେଲେ ଉକ୍ତ ଦଳୀୟ କର୍ମୀ ବା ଠିକାଦାର। କିନ୍ତୁ ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି କି ଉକ୍ତ କାର୍ଯ୍ୟ ପାଇଁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମିଶି ୬ ଲକ୍ଷ ଟଙ୍କା ବିଲ ଉଠାଇଛନ୍ତି।ହେଲେ ରାସ୍ତା ବେହାଲ ଅବସ୍ଥାକୁ ଦେଖି ବ୍ଲକ୍ ପ୍ରଶାସନ ନୀରବ ରହୁଛନ୍ତି ନା ଏହାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ଯାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ଏହାହିଁ ବର୍ତ୍ତମାନକୁ ଦେଖିବାକୁ ବାକି ରହିଲା।