Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁଆ ଧାନ ଓ ପନିପରିବା ମାଡ଼ି ଉପଦ୍ରବ କଲେ ହାତୀପଲ, ଚିନ୍ତାରେ ଚାଷୀ

ସମ୍ବଲପୁର: ହାତୀ କଲେଣି ନୟାନ୍ତ।ଉଜୁଡି ପଡିଛି ଚାଷ ବେଉସା।ହାତି ଉପଦ୍ରବ ପାଇଁ ଚିନ୍ତାରେ ପଡିଲେଣି ଚାଷୀ।
ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମରେ ବର୍ତ୍ତମାନ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀମାନେ ଗଭୀର ଚିନ୍ତାରେ ପଡିଛନ୍ତି। ପ୍ରତିଦିନ ହାତୀମାନେ ଅଞ୍ଚଳକୁ ଆସି ଧନ ଜୀବନ ନଷ୍ଟ କରିଛନ୍ତି। ଏନେଇ ପଡ଼ିଆବାହାଲ ରେଞ୍ଜ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ହାତୀ ଘଉଡାଇବା ପାଇଁ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗ କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ ଗତକାଲି ଡଙ୍ଗରପଡ଼ା ଗ୍ରାମର ବିଭିନ୍ନ ଚାଷୀମାନଙ୍କର ରୁଆ ହୋଇଥିବା ଧାନ, ପନିପରିବା ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି ହାତୀପଲ। ଗ୍ରାମର ଜଗଦୀଶ ମାଝୀ, ଶ୍ରୀକାନ୍ତ ମାଝୀ, ସୀତାରାମ ମାଝୀ, ଜଗଦୀଶ ମିର୍ଦ୍ଧା, ବ୍ରହ୍ମାଶଙ୍କର ମାଝୀ ଓ ଯୁଗଳ କିଶୋର ମାଝୀଙ୍କର ଧାନ ଫସଲ ଓ ବିଭିନ୍ନ ପନିପରିବା ଚାଷ ହାତୀମାନଙ୍କ ଦ୍ଵାରା ନଷ୍ଟ ହୋଇଛି। ଏନେଇ ଉକ୍ତ ଚାଷୀମାନେ ଜଙ୍ଗଲ ବିଭାଗକୁ ଅଭିଯୋଗ କରିଥିଲେ ହେଁ ବିଭାଗ ଶୁଣୁନାହନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଏନେଇ ପଡ଼ିଆବାହାଲ ଜଙ୍ଗଲ ବିଭାଗକୁ ପଚରାଯିବାରୁ ଆମ କର୍ମଚାରୀମାନେ ସବୁଦିନ ହାତୀପଲଙ୍କୁ ଘଉଡାଇବାକୁ ଯାଉଛନ୍ତି ଏବଂ ଯେଉଁମାନଙ୍କ କ୍ଷତି ହେଉଛି ସେମାନଙ୍କୁ କ୍ଷତିପୂରଣ ରାଶି ନିୟମ ମୁତାବକ ପ୍ରଦାନ କରାଯିବ ବୋଲି ବିଭାଗ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ