Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖୋଲିଲା ହୀରାକୁଦ ଡ୍ୟାମର ଗେଟ୍‌, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ଆଜି ସକାଳ ୯ଟାରୁ ପ୍ରଥମ ଗେଟ୍ ଖୋଲା ଯାଇଥିଲା । ପୁଣି ପର୍ଯ୍ୟାୟକ୍ରମେ ୭ ଗେଟ୍ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଏବେ ବାମ ପାଶ୍ୱର ୫ଟି ଓ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।

ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍‌ଥିଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଥିବା ବେଳେ ଆହୁରି ୧୩ଟି ଗେଟ୍ ଖୋଲାଯିବ। ଦୁଇଟି ପର୍ଯ୍ୟାୟରେ ୧୩ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ବେଳକୁ ୭ଟି ଓ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଏତେ ସଂଖ୍ୟକ ଗେଟ୍ ଖୋଲିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ହୀରାକୁଦରେ ୨୦ଟି ଗେଟ୍ ଖୋଲାଯିବାକୁ ଥିବାରୁ ଆସନ୍ତାକାଲି ସକାଳ ୮ଟାରେ ଖଇରମାଳ ନିକଟରେ ୪ ଲକ୍ଷ ୫୦ ହଜାର ଜଳ ପ୍ରବାହିତ ହେବ। ସେହିଭଳି ୩୦ ତାରିଖ ଦିନ ୧୧ଟା ବେଳେ କଟକର ମୁଣ୍ଡଳୀ ଦେଇ ପ୍ରାୟ ୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ।

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ୩୯,୫୧୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୧୫.୨ ଫୁଟରେ ପହଞ୍ଚିଛି।

More Stories