Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହନଶୀଳତା ଓ ଯୋଗାଯୋଗ କୌଶଳ ଯୁବ ପ୍ରସ୍ତୁତିର ସୋପାନ

ସମ୍ବଲପୁର: ରବିବାର ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଷୋଡଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରିର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଜୀବନ ରେ ସହନଶୀଳତା ଓ ଗ୍ରହଣିୟତା ର ଉପକରିତା ଓ ମହତ୍ତ୍ୱ ଉପର ଆଲୋଚନା ଆରମ୍ଭ କରି ଜମନକିରା କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ବସନ୍ତ କୁମାର ଦାଶ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାଙ୍କୁ ବୁଝେଇ ଏହି ମହତ ଗୁଣ ର ଅଧିକାରୀ ହେବାକୁ ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ସୁନ୍ଦରଗଡ଼ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶିବଶଙ୍କର ଷଡ଼ଙ୍ଗୀ ଯୋଗାଯୋଗ କୌଶଳ ଉପରେ ମନ୍ତ୍ବବ୍ୟ ରଖି ଉତ୍ତମ ଯୋଗାଯୋଗ ଶୈଳୀ ର ବିଭିନ୍ନ ଉଦାହରଣ ଦେଇ ଆମର ଅନ୍ୟ ସହିତ ଯୋଗାଯୋଗ କୁ ଶାଳୀନତା ସହ ସମ୍ପାଦନ କରିବାକୁ ଉପଦେଶ ଦେଇ ଆମର ଭାବ ପ୍ରକାଶ ପାଇଁ ଥିବା ବିଭିନ୍ନ ମାଧ୍ୟମ ବିଷୟରେ ଆଲୋଚନା କରିଥିଲେ। ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପ୍ରସାଦ ପତି, ମୁରଲୀଧର ପ୍ରେମନାଥ ନାୟକ,ଡ଼. ଗିରିଧାରୀ ହୋତା,, ଡାକ୍ତର ଜୟଦେବ ମେହେର,ପୃଥିରାଜ ମିଶ୍ର,ଶାନ୍ତନୁ ପ୍ରଧାନ,ବିଭୁତିନାଥ ମାଝୀ,ପ୍ରୋଫାସର ଧନେଶ୍ୱର ମେହେର,ରବି ନାରାୟଣ ମିଶ୍ର ଗୋଲକ ବିହାରୀ ମିଶ୍ର
,ଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।
ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।