Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରୀବ ଅସହାୟଙ୍କୁ ବର୍ଷା କାଳିନ ପୋଷାକ ବଣ୍ଟନ

ସମ୍ବଲପୁର :ସମ୍ବଲପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସେବା ପକ୍ଷରୁ ସହରର ଦୁର୍ଗାପାଲି ନିକଟସ୍ଥ କୁସୁମ ପଡ଼ା ଓ ଖଡିଆପଡା ଠାରେ ଗରିବ ଶ୍ରେଣୀର ଆଦିବାସୀ ମହିଳା ଶ୍ରମିକ ଙ୍କୁ ରେନ କୋର୍ଟ ବଣ୍ଟନ କରାଯାଇଛି ‌। ବର୍ତ୍ତମାନ ବର୍ଷା ରୁତୁ ସମୟରେ ବର୍ଷା ପାଇଁ ଦୈନନ୍ଦିନ ଦିନ ମଜୁରିଆ ଭାବରେ କାମ କରୁଥିବା ଆଦିବାସୀ ମହିଳା ଶ୍ରମିକଙ୍କ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଯିବାକୁ ବଡ଼ ସମସ୍ୟା ହେଉଥିଲା । ଏହି ଅସୁବିଧାକୁ ହୃଦୟଙ୍ଗମ କରିପାରି ସାମାଜିକ ସଂଗଠନ ସେବା ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏଥିସହ କୁସୁମପଡ଼ା ଓ ଖଡିଆପଡା ଠାରେ ରହୁଥିବା ୧୦୦ ଜଣ ଗରିବ ଶ୍ରେଣୀର ଆଦିବାସୀ ମହିଳା ଶ୍ରମିକଙ୍କୁ ରେନ କୋର୍ଟ ବଣ୍ଟନ କରାଯାଇଛି। ସାମାଜିକ ସଂଗଠନ ସେବାର ସଭାପତି ଛତ୍ରପତି ଡକ୍ଟର ଦିପକ ପାଣ୍ଡେ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସେବା ସଂଗଠନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ନିହାଲ ସିଂ, ସଭ୍ୟ ଶିବଶଙ୍କର ପ୍ରଧାନ, ପ୍ରେମ ମେହେର,ବବଲୁ ଚାଆଁର,ଶିବ ମେହେର,ବୁଦ୍ଧ ରାମ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ