Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଡେରାରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ପ୍ରତିମୂର୍ତ୍ତୀ ଲୋକାର୍ପିତ ଉନ୍ମୋଚନ ହେଲା ଗୁରୁଙ୍କ ଜୀବନୀ ପୁସ୍ତକ

ସମ୍ବଲପୁର: ସମ୍ବଲପୁରୀ ଦିନ ର ଅବ୍ୟାହତି ପୁର୍ବରୁ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ପୂର୍ଣ୍ଣଅବୟବର ପ୍ରତିମୂର୍ତ୍ତୀ ର ଉନ୍ମୋଚିତ ହୋଇଯାଇଛି । ସମ୍ବଲପୁର ଜେଲ ଛକ ନିକଟସ୍ଥ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାରେ କେନ୍ଦ୍ର କୋଇଲା ଓ ଖଣି ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ, ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁପସ୍ଥିତି ରେ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଲା ଠାକୁର, ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରେ ଗୁରୁଙ୍କର ପ୍ରତିମୁର୍ତ୍ତି ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ସମେତ ବିଭିନ୍ନ ଜିଲାର ସାମାଜିକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ସାମିଲ ହୋଇଥିଲେ । ଏହା ପୁର୍ବରୁ ଅଗ୍ରଣୀ ସାମାଜିକ ସାଂସ୍କୃତିକ ସାଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ଯ ମାନେ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ଯାନ୍ଯ ଅତିଥି ମାନଙ୍କୁ ଦୁଲଦୁଲି ବଜାର ତାଲେତାଳେ ସ୍ବାଗତ କରିବା ସହ ପ୍ରତିମୁର୍ତ୍ତି ସ୍ଥଲକୁ ପାଛୋଟି ଆଣିଥିଲେ । ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇଙ୍କ ରଚିତ “ସମ୍ବଲପୁରୀ ଅସ୍ମିତା ର ବାଟ କଢୁଆଲ ଗୁରୁ ସତ୍ଯ ନାରାୟଣ ବହିଦାର” ପୁସ୍ତକ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କର ସମ୍ବଲପୁରୀ ଭାଷୀ ସଂସ୍କୃତି ପ୍ରତି ରହିଥିବା ଅବଦାନ ବିଷୟ ରେ ଏହି ପୁସ୍ତକ କୁ ଭାରତୀ (ଦେବନାଗରୀ) ଲିପିରେ ପ୍ରକାଶିତ କରାଯାଇଛି । ପୁସ୍ତକ କୁ ସମ୍ବଲପୁରୀ ଦରପନ ତରଫରୁ ଡଲିମା ଭୋଇ ପ୍ରକାଶିତ କରିଛନ୍ତି ।
ଏହାପରେ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ହଲ ଠାରେ ସମ୍ବଲପୁରୀ ଦିନ ଉପଲକ୍ଷେ ହେଉଥୁବା ସମ୍ବଲପୁରୀ ନନୀ କାର୍ଯ୍ୟକ୍ରମ କୁ ପଞ୍ଚାୟତିରାଜ ଏବଂ ଗ୍ରାମିଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ମୃଦୁଲା ଠାକୁର, ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ଉଦଘାଟନ କରିଥିଲେ । ସମ୍ବଲପୁରୀ ଦିନ ର ସଂଯୋଜକ ଡ.ପ୍ରମୋଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ପରିଚାଳନା କରିଥିଲେ । ଶେଷରେ ସମ୍ବଲପୁର ଜିଲା ସଂଯୋଜକ ଦେବାଶିଷ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲା କାର୍ଯ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ବାଲ ପ୍ରତିଯୋଗିତା କୁ ପରିଚାଲନା କରିଥିବା ବେଲେ ସତ୍ଯ ନାରାୟଣ ସାହୁ ପ୍ରତିଯୋଗିତା ର ସଂଯୋଜନା କରିଥିଲେ । ପ୍ରତିଯୋଗିତା ରେ ୬୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା କୁ ନ୍ରୁତ୍ୟ ନିର୍ଦ୍ଦେଶକ ମାଷ୍ଟର ପ୍ରେମ, ନାଟ୍ୟଶ୍ରୀ ଗୁରୁ ସତ୍ଯ ରଂଜନ ବେହେରା, ନ୍ରୁତ୍ୟ ନିର୍ଦ୍ଦେଶକ ଗୁରୁ ରଣଜିତ ସାହୁ ପ୍ରମୁଖ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ ।
ଜୁନିଅର, ସବ ଜୁନିୟର ଏବଂ ସିନିୟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଆୟୋଜନ ରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ପ୍ରଫୁଲ୍ଲ ହୋତା, ଶଶାଙ୍କ ଶେଖର ପଣ୍ଡା, ଡ.ଶ୍ୟାମ ସୁନ୍ଦର ଧର, ପୁର୍ବତନ ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସଙ୍ଗୀତଜ୍ଞ ତୁଲାରାମ କାଲେତ, ଗୋପୀନାଥ ଷଡଙ୍ଗୀ, ଦାଶରଥି ସାହୁ, ଡ.ପରେଶ ଦାନୀ, ପୁର୍ଣାନନ୍ଦ ଦାନୀ, କାର୍ତ୍ତିକ ପ୍ରସାଦ ବହିଦାର, ପୁଷ୍ପା ବେହେରା, ବିପିନ ଦାସ, ଡ.ମୋହିତ ସ୍ବାଇଁ, ଶାଶ୍ବତ ତ୍ରୀପାଠୀ, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା ପ୍ରମୁଖଙ୍କ ସହ ସମ୍ବଲପୁର ଏବଂ ସମ୍ବଲପୁର ବାହାରୁ ବହୁ ବ୍ଯକ୍ତି ଯୋଗ ଦେଇଥିଲେ ।