କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଭାବକ ସଂଘ ପକ୍ଷରୁ ଚାରାରୋପଣ


ସମ୍ବଲପୁର: ମଣିଷ ଜୀବନର ପ୍ରାଣବାୟୁ ଦାୟକ “ବୃକ୍ଷ” ଅତି ଗୁରୁତ୍ବପୂର୍ଣ୍ଣ ଅଟେ I ପ୍ରତ୍ୟେକ ମଣିଷ ଚାରାରୋପଣ କୁ ଗୁରୁତ୍ବ ଦେବା ଉଚିତ I ଆଜି ଶିକ୍ଷା ସପ୍ତାହ ର ଉଦଯାପନୀ ଦିବସରେ ଅଭିଭାବକ ସଂଘ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ସମ୍ବଲପୁର ପକ୍ଷରୁ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଅଧକ୍ଷ ରଣ ରଞ୍ଜୟ ସିଂ ଏହା କହିଛନ୍ତି I ସେ କହିଥିଲେ ବୃକ୍ଷ ବିନା ସମାଜ ତିଷ୍ଠି ରହିବା ଅସମ୍ଭବ ଅଟେ I କାରଣ ଗଛ ମଣିଷକୁ ପ୍ରାଣବାୟୁ ପ୍ରଦାନ କରୁଛି I ଅଭିଭାବକ ସଂଘ ର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଅଧକ୍ଷ ଶ୍ରୀ ସିଂ କହିଛନ୍ତି I ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ସୁଧାଂଶୁ ନାୟକ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ଅଭିଭାବକ ଲିଙ୍ଗରାଜ ପ୍ରଧାନ ବୃକ୍ଷ ର ମହତ୍ତ୍ୱ ଏବଂ ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ I ଅଭିଭାବକ ଜ୍ୟୋସ୍ନା ସାହୁ ଚାରା ରୋପଣ ପରେ ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ I ଏହି ଅବସରରେ ଅଭିଭାବକ ସଂଘ ର ସରୋଜ ସାହୁ, ଶ୍ରୀମନ୍ତ ପଣ୍ଡା, ଦୁଲାଲ ଚନ୍ଦ୍ର ରାୟ, ଗୋପାଳଜୀ ପାଢ଼ୀ, ପ୍ରକାଶ ପ୍ରଧାନ, ରବି ସାହୁ, ରାଧେଶ୍ୟାମ ଦୋରା, ସନ୍ଦୀପ ସିଂ, ସୁବ୍ରତ ସାହୁ, ଗୌରାଙ୍ଗ ପ୍ରଧାନ, ସୁବ୍ରତ ପତି ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ କୁମାର ସାହୁ, ଦୈତାରୀ କଠାର, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ I