Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ଵ ହେପାଟାଇଟିସ୍ ଦିବସ ପାଳିତ

ସୋନପୁର : (ସୌମିତ୍ରି ମେହେର) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ଜ଼ିଲ୍ଲା ତାଲିମ ସଭା ଗୃହ ଠାରେ ବିଶ୍ୱ ହେପlଟାଇଟିସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗାଦତ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜ଼ିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଶ୍ୱମ୍ବର ବେହେରା, ସଭାପତି ବ୍ଲକ ଡ୍ରାଇଭର ସଂଘ ନରୋତ୍ତମ ନନ୍ଦ, ଜ଼ିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ କୁମାର ସାହୁ ଓ ଅଣ ସଂକ୍ରାମକ ରୋଗ ପରିଚାଳକ ଗୀତାଞ୍ଜଳି ମେହେର ପ୍ରମୁଖ ଯୋଗ ଦେଇ ଆଜିର ଦିବସ ରେ ଆମେ ସମସ୍ତେ ଜନ ସଚେତନା ସୃଷ୍ଟି କରି ଯକୃତ ସଂକ୍ରମଣ ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇ ବିଭିନ୍ନ ପରୀକ୍ଷା କରି ପୂର୍ଣ୍ଣ ମାତ୍ରା ରେ ଚିକିତ୍ସା ଯାହାକି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ମାଗଣାରେ ଉପଲବ୍ଧ lତେଣୁ ସମସ୍ତେ ମିଶି ଏହାର ସୁଯୋଗ ନେଇ ଉକ୍ତ ରୋଗରୁ ମୁକ୍ତ ଲାଭ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇ ପାରିବା ଉପରେ ଗୁରୁତ୍ୱ ଦେଇଥିଲେ I ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ସଂଯୋଜନା ଅନୁଷ୍ଠିତ ଏହି ସଭାରେ ରେ ଅତିଥିବୃନ୍ଦ ବ୍ୟାପକ ସଚେତନତା ସୃଷ୍ଟି କରି ବିଭିନ୍ନପ୍ରକାର ଯକୃତ ରୋଗ ସଂକ୍ରମଣ ରୁ ମୁକ୍ତି ଲାଭ କରି ଯକୃତ ରୋଗ ମୁକ୍ତ ଭାରତ ଗଠନ କରିବା ଉପରେ ଗୁରୁତ୍ୱା ରୋପ କରିଥିଲେ l ଅଣୁ ଜୀଵ ବିଜ୍ଞାନୀ ବଲ୍ଲରୀ ଦାଶ ପିପିଟି ମାଧ୍ୟ୍ୟମରେ ଉକ୍ତ ରୋଗ ଲକ୍ଷଣ ଓ ନିରାକାରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l
ଉକ୍ତ ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ଛାତ୍ରୀ ବୃନ୍ଦ, ରେଆର ର କର୍ମକର୍ତ୍ତା , ସ୍ୱାସ୍ଥ୍ୟ ପରିଦର୍ଶକ, ବ୍ଲକ ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା ,ଆଶାକର୍ମୀ , ଅଙ୍ଗନୱାଡିକର୍ମୀ , ମାସ ମେମ୍ବର, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ପରିଚାଳକ ଆଇଡିଏସପି ସୁବ୍ରତ କୁମାର ପାଣିଗ୍ରାହୀ ଓ ଡି ଇ ଓ ନାରାୟଣ ରଥ ସହଯୋଗ କରିଥିଲେ l ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I