ଅତାବିରା ଅଞ୍ଚଳ ରେ ବଜ୍ରପାତ 1 ମୃତ 4ଗୁରୁତର


ଅତାବିରା-ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଫଳରେ ଘଡ଼ଘଡ଼ି ଓ ବିଜୁଳି ମଧ୍ୟ୍ୟ ହୋଇଥିଲା l ବଜ୍ରପାତ ଫଳରେ ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭାଗା ଫାଣ୍ଡି ଅନ୍ତର୍ଗତ କାଦୋବାହାଲ ଠାରେ ଜନୈକ ଵ୍ୟକ୍ତି ପ୍ରାଣ ହରାଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି l ପ୍ରାଣ ହରାଇଥିବା ଵ୍ୟକ୍ତି ଜନକ ଥୁଆପାଲି ନିକଟସ୍ଥ ନାଗପାଲି ଗ୍ରାମର ଝିଟ ଥପା ବୋଲି ଜଣାପଡିଛି l ଅନ୍ୟ ଗୁରୁତର ମାନେ ହେଲେ କାଦୋବାହାଲ ଗ୍ରାମର ସନ୍ତୋଷ ମହାରଣା, ଲିଙ୍ଗ ଚାଲାଣ, ଝିଲିମିଣ୍ଡା ଗ୍ରାମର ଗଙ୍ଗାଧର ଭୋଇ ଓ ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି l କାଦୋବାହାଲ ରୁ ସୋର୍ଣ୍ଣା ରାସ୍ତା ଝାଉଁଜୋର ନଦୀ ବ୍ରିଜ ପାଖରେ ବରଗଛ ତଳେ କାଳ ବୈଶାଖୀ ରୁ ରକ୍ଷା ପାଇବା ପାଇଁ ଅଟକି ଥିବା ସମୟରେ ବଜ୍ରପାତ ହୋଇଥିଲା l ଖବର ପାଇ ଗ୍ରାମବାସୀ ସମସ୍ତଙ୍କୁ କାଦୋବାହାଲ ପ୍ରାଥମିକ ଚିକିତ୍ସାଳୟ ରେ ଭର୍ତ୍ତି କରଥିଲେ l ମାତ୍ର ସେଠାରେ ଝିଟ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ 4ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନା କୁ ସ୍ଥାନସ୍ତାରିତ କରାଯାଇଛି l