Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗତୂଳୀ ପ୍ରତିଯୋଗିତା

ସମ୍ବଲପୁର : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ସ୍ଥିତ ମାଷ୍ଟର ଟିକିରାର ଅଗ୍ରଣୀ ବିଦ୍ୟାଳୟ କୌଟିଲ୍ୟ ଗ୍ଲୋବାଲ ସ୍କୁଲରେ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ରଙ୍ଗତୂଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁମନ୍ତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲା ଓ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମ ଆହାନ ଅଗ୍ରୱାଲ, ଦ୍ଵିତୀୟ ଶାଲିନି ଜେନା ଓ ତୃତୀୟ ଆଦ୍ୟାଶା ମେହେର କୃତିତ୍ୱ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଅଗଷ୍ଟ ୧୫ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହଶିକ୍ଷକ ମିନାକ୍ଷୀ ସୁହୁଲା, ନମ୍ରତା ଭୋଇ, କମଳିନୀ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବରଗଡ଼ର ଜନ କଲ୍ୟାଣ ସେବା ଟ୍ରଷ୍ଟ ଏହି ପ୍ରତିଯୋଗିତାକୁ ଅନୁଷ୍ଠିତ କରି ବିଦ୍ୟାଳୟ ଓ ସମାଜରେ ସୃଜନଶୀଳ ଅନୁଷ୍ଠାନର ମହତ୍ତ୍ୱ ବୃଦ୍ଧି କରିଛି। ଟ୍ରଷ୍ଟ ଏବେ ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିଶ୍ରୁତ ଦେଇଛି, ଯାହା ଅବଶ୍ୟ ସ୍ଥାନୀୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଉପକାରୀ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ