ଆଜି ଅଖିମୁଠି ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା; ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜି ଚାଷୀ ଭାଇଭଉଣୀମାନେ ଅଖି ମୁଠି ଅନୁକୂଳ କରିବେ। ଆଜି ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଦିନ। ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିବେ ଚାଷୀ।

ତେବେ ଏହି ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ନିକଟ ଓପିକଲ ସାମ୍ନାରେ ଥିବା ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ ।

ଏହାପରେ ମିଶନଶକ୍ତି କାଫେ ସହ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସାଢେ ୧୦ ବେଳେ ୟୁନିଟ -୪ରେ ନବନିର୍ମିତ ବିଜେଡି ପାର୍ଟି ଅଫିସ ଉଦଘାଟନ କରିବେ ନବୀନ ପଟ୍ଟନାୟକ ।

କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ।