Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବଲପୁରୀ ଦିନ୍‌ ପାଳିତ

ସମ୍ବଲପୁର:ମାନେଶ୍ୱର ବ୍ଲକ୍ ସ୍ଥିତ ଧମା ଠାରେ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବଲପୁରୀ ଦିନ୍‌ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କବି ଲକ୍ଷ୍ମୀନାରାୟଣ ପଣ୍ଡା କହିଥିଲେ ଯେ,ଏକଦା କଥିତ ଭାଷା ଭାବରେ ପ୍ରସାରିତ ହୋଇଥିବା ସମ୍ବଲପୁରୀ ଭାଷା ବର୍ତ୍ତମାନ ଲିଖିତ ଭାଷା ଭାବରେ ନିଜର କାୟା ବିସ୍ତାର କରିବାକୁ ଆରମ୍ଭ କଲାଣି ତେବେ ଏହି ଭାଷାର ପ୍ରଚାର ଓ ପ୍ରସାର ଦୃଷ୍ଟିରୁ ଏଥିରେ ଅଧିକରୁ ଅଧିକ ଲିଖିତ ସାହିତ୍ୟ ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ବିଶ୍ୱପତି ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ସମ୍ବଲପୁରୀ ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ସକାଶେ ଆମକୁ ଆମର ଦୈନନ୍ଦିନ ଜୀବନରେ ଏହି ଭାଷାର ଅବଲୁପ୍ତ ପ୍ରାୟ ଶବ୍ଦମାନଙ୍କୁ ବ୍ୟବହାର କରିବାକୁ ପଡିବ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ସହ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ଏବଂ ପୁରସ୍କାର ବିତରଣୀ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ,ପଣ୍ଡିତ ବ୍ୟାସଦେବ ପଣ୍ଡା ଦୀପ ପ୍ରଜ୍ଜ୍ୱଳନ କାଳରେ ବେଦମନ୍ତ୍ର ପାଠ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହୋଇଥିବା ସମ୍ବଲପୁରୀ ବକୃତା ପ୍ରତିଯୋଗିତାରେ ଜ୍ୟୋତିମଞରୀ ଡିଲା,ଶିବାନୀ ନାଏକ ଓ ପଦ୍ମିନୀ ନାଏକ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିଲା ବେଳେ ସମ୍ବଲପୁରୀ ଭଜନ ଗାନ ପ୍ରତିଯୋଗିତାରେ ହର୍ଷିତା ସେଠ,ଶିବାନୀ ନାଏକ ଓ ରାକ୍ଷୀ ଭୋଇ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ।ସଂଗ୍ରାମ କେଶରୀ ମିଶ୍ର,ଅନ୍ତର୍ଯ୍ୟାମୀ ମହାକୁର,ବନୋଜ କୁମାର ସାହୁ,ଦିପ୍ତୀରେଖା ପଣ୍ଡା,ସ୍ମାରକୀ ମାହାର,ମୌସୁମୀ ଷଡଙ୍ଗୀ,ସୁଶ୍ରୀତ ଷଡଙ୍ଗୀ,ନିର୍ମଳ ତ୍ରିପାଠୀ,ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।