Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟନାରାୟଣଙ୍କ ଜୟନ୍ତୀ ସଭାରେ କବିତା ପାଠୋତ୍ସବ

ସମ୍ବଲପୁର:ସମ୍ବଲପୁର ସାଂସ୍କୃତିକ୍‌ ପରିଷଦ ଓ ଚିନ୍ମୟ ସାହିତ୍ୟ ସଂସଦ୍‌ ତରଫରୁ ଆୟୋଜିତ ସାହିତ୍ୟ ସଭାରେ ଜାତୀୟ କବି ସତ୍ୟନାରାୟଣଙ୍କ ସାହିତ୍ୟ ଚର୍ଚ୍ଚା,ସମ୍ବର୍ଦ୍ଧନା ଓ କବିତା ଆବୃତ୍ତି ହୋଇଯାଇଛି। ପ୍ରାକ୍ତନ ଅଧ୍ୟାପିକା ଡ. ବୀଣାପାଣି ପ୍ରଧାନ ଓ ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କବି ସତ୍ୟନାରାୟଣଙ୍କ କାବ୍ୟ ମାନସ ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଶ୍ରୀମତି ଭାରତୀ ସେଠ୍‌ଙ୍କ ଆବାହକତ୍ବରେ ଓ ଡ. ସପନ୍‌ ମିଶ୍ରଙ୍କ ସଂଯୋଜନାରେ ଜୟନ୍ତୀ ସଭା ମହା ସମାରୋହରେ ପାଳିତ ହୋଇଛି।
୫୦ ରୁ ଉର୍ଦ୍ଦ୍ବ କବି ନିଜସ୍ବ ସମ୍ବଲପୁରୀ କବିତା ପାଠ କରିଥିଲେ। ସାଧକଶ୍ରୀ ସଦାନନ୍ଦ ପଣ୍ଡା ଓ ଶ୍ରୀମତି ଭାରତୀ ପଣ୍ଡା ମଂଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରେରଣ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାରଙ୍କ ସ୍କୁଲ୍‌ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସ୍ମାରକ ପତ୍ର ପ୍ରେରଣ କରିବାକୁ ସ୍ଥିର ହୋଇଛି। ଓଡ଼ିଶା ରାଜ୍ୟରେ ଉର୍ଦ୍ଧୁ ଏକାଡ଼େମୀ ଥିବାବେଳେ ସମ୍ବଲ୍‌ପୁରୀ ଭାଷା-ସାହିତ୍ୟ ପାଖାପାଖି ଦୁଇ କୋଟି ଲୋକ ବ୍ୟବହାର କରୁଥିବା ବେଳେ ଏହା ପାଇଁ ତୁରନ୍ତ ରାଜ୍ୟ ସରକାର ଏକାଡ଼େମୀ କରି ସମ୍ବଲପୁରୀ ଭାଷା-ସାହିତ୍ୟ ପୁସ୍ତକ ପ୍ରକାଶନ ଓ ଏହି ଭାଷାର କବି,ଲେଖକଙ୍କ ପାଇଁ ପୁରସ୍କାର,ସମର୍ଦ୍ଧନା ଯୋଜନା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ମଧ୍ୟ ଅନୁରୂପ ଭାବରେ ସିଡ୍ୟୁଲ ଭାଷା ବ୍ୟତିରେକ ଅନ୍ୟାନ୍ୟ ଭାଷା ପାଇଁ ଦେଉଥିବା ପ୍ରୋତ୍ସାହନ ଭଳି ସମ୍ବଲ୍‌ପୁରୀ ଭାଷା-ସାହିତ୍ୟ ପାଇଁ ପୁସ୍ତକ ପ୍ରକାଶନ ଓ କବି,ଲେଖକଙ୍କୁ ସମ୍ବର୍ଦ୍ଧନା ପ୍ରଭୃତି ଯୋଜନା କାର୍ଯ୍ୟକାରୀ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଏହା ହିଁ ସମ୍ବଲ୍‌ପୁରୀ ଭାଷା ପାଇଁ ଓ ସତ୍ୟନାରାୟଣ ବହିଦାରଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଂଜଳି ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ସାହିତ୍ୟ ସଭାରେ କବିଙ୍କର କବିତା ଆବୃତ୍ତି କରାଯାଇଥିଲା। ଯୋଗାଚାର୍ଯ୍ୟ ଡ. ଜୟଦେବ ଡନ୍‌ସନା,ଡ. ବୀଣାପାଣି ପ୍ରଧାନଙ୍କୁ ‘ସତ୍ୟନାରାୟଣ ଭାଷା-ସାହିତ୍ୟ-ଅସ୍ମିତା ସନ୍‌ମାନ୍‌’ ପ୍ରଦାନ କରାଯାଇଥିଲା। ସେହିପରି କବି ସତ୍ୟନାରାୟଣଙ୍କ ଅନ୍ୟ ପ୍ରତିମା ତାଙ୍କ ସାହିତ୍ୟ ସହଯୋଗୀ ସାହିତ୍ୟିକ ସ୍ବର୍ଗତ ଭବାନୀ ଶଙ୍କର ପ୍ରଧାନଙ୍କ ନାମରେ ନାମିତ ‘ଭବାନୀଶଙ୍କର ଭାଷା-ସାହିତ୍ୟ-ଅସ୍ମିତା ସନ୍‌ମାନ୍‌’ ସଂଗୀତ ବିଶାରଦ ମୋତିଲାଲ୍‌ ଦୋରା ଓ ସଂଖ୍ୟକ ମୋହନ ସେଠ୍‌ ଙ୍କୁ ପ୍ରଦାନ କରାଯାଇଥିଲା। ବର୍ଷିଆନ୍‌ ରଂଗ କଳାକାର ଭୋଳାନାଥ ନାୟକ ଓ ଅନ୍ୟମାନେ କବିଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ କବିଙ୍କର୍‌ “ସମ୍ବଲପୁରର ମାଟିପାନି ଝର୍‌ସି ହୀରା ନ୍ତା” ସଂଗୀତ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ