Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୁର୍ଲାରେ ସମ୍ବଲପୁରୀ ଦିନ,ଦୁଲୁକିଲା ଶିକ୍ଷାନଗରୀ

ସମ୍ବଲପୁର:ବୁର୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହୋଇଯାଇଛି I କମିଟିର ସଭାପତି ପ୍ୟାରୀମୋହନ ପୂଝlରୀ ସଭାପତିତ୍ୱ କରିଥିବା ବେଳେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି,ଭିସୁଟ୍ ର କୁଳପତି ପ୍ରଫେସର ବଂଶୀଧର ମାଝୀ, ଭୀମସାରର ପ୍ରାକ୍ତନ ଅଧକ୍ଷ ଡ଼ା ବ୍ରଜ ମୋହନ ମିଶ୍ର ,ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ା ସାଧୁ ଚରଣ ପଣ୍ଡା, ଭୀମସାରର ପ୍ରାକ୍ତନ କୁଳସଚିବ ଡ଼ା ସାଧୁ ଚରଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ I କମିଟିର ଉପଦେଷ୍ଠା ମଣ୍ଡଳୀର ସଭ୍ୟ ପ୍ରସନ୍ନ କୁମାର ସାହୁ, ରଜନୀକାନ୍ତ ନାଗ, ଵାଲା ମାଝୀ, ସାଂସ୍କୃତିକ ସମ୍ପାଦକ ତରଣୀସେନ ଚାନ୍ଦ, ଉପ ସଭାପତି ପ୍ରେମାନନ୍ଦ ଷଣ୍ଢ, କୋଷାଧକ୍ଷ ସତ୍ୟବ୍ରତ ନାୟକ ମଞ୍ଚାସିନ ଥିଲାବେଳେ କମିଟିର ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସଭ୍ୟ ରାଜେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I ମଞ୍ଚରେ ମା ସମଲେଶ୍ୱରୀଙ୍କୁ ଝାଙ୍କର ପୂଜା ଅର୍ଚ୍ଚନା କରିଥିବା ବେଳେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫୋଟଚିତ୍ର ଉପରେ ମାଲ୍ୟାର୍ପଣ କରିଥିଲେ I ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନରlଇଜ ପ୍ଲେ ସ୍କୁଲ, ଆଲୋକ ଅନୁଷ୍ଠାନ, ସରକାରୀ ପ୍ରାଥମିକ ବିଦ୍ୟାଳୟ ମିର୍ଦ୍ଧାପଡା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ଶ୍ରୀ ଅରବିନ୍ଦ ସ୍କୁଲ, ସତ୍ୟସାଇ କୀଡୀଜ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା ଭୀମସାରର ସେବିକା କର୍ମଚାରୀ ବୁର୍ଲାର ଭାଗ ନେଇ ସମ୍ବଲପୁରୀ ଦଳଗତ ନୃତ୍ୟରେ ଦର୍ଶକ ମାନଙ୍କୁ ଝୁମେଇ ଦେଇଥିଲେ I ସମ୍ବଲପୁରୀ ପୋଷାକ ପରିଧାନ କରି ଋ୍ୟାମ୍ପ ଚାଲିବା ଅତ୍ୟନ୍ତ ଚିତା କର୍ଷକ ଥିଲା I ସମ୍ବଲପୁରୀ ଭାଷା, ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଅତିଥି ମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ I ସମ୍ବଲପୁରୀ ଭାଷା  ସାହିତ୍ୟର କବି ଫଗୁନ ସେଠ, ଅମରେନ୍ଦ୍ର ପଣ୍ଡା ଓ ରାଜେଶ ପଟ୍ଟନାୟକ କବିତା ପାଠ କରିଥିଲେ I ଏହି ଦିନ ଉପଲକ୍ଷେ ସି ବି ଏସ ଇ ଦଶମ ପରୀକ୍ଷାରେ ଓଡ଼ିଶାରେ ସର୍ବୋଚ୍ଚ ନମ୍ବର ରଖିଥିବା ଡି ଏ ଭି ଛାତ୍ରୀ ସୋନାଲି ମହାନ୍ତି, ସମ୍ବଲପୁରର ସରସତୀଆ କାରିଗର ଶ୍ରୀ ପ୍ରଭୁଲାଲ ଗୁପ୍ତା,ସମ୍ବଲପୁରୀ କବିତା ଲେଖନ ର କବି ଶିବ ଶଙ୍କର ପ୍ରଧାନ ଓ ବୁର୍ଲାର ପୁରାତନ ସମ୍ବଲପୁରୀ ଶାଢ଼ୀ ବୁଣାକାର ଶ୍ରୀ ଚତୁର୍ଭୁଜ ମେହେରଙ୍କୁ ସମ୍ମାନିତ କରାଯିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା I କମିଟିର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ସ୍ଥାୟୀ ସଭ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ଭାବେ ସହଯୋଗ ଆଉ ପରିଚାଳନା କରିଥିଲେ I ଶେଷରେ ସମସ୍ତଙ୍କୁ ସମ୍ବଲପୁରୀ ଖାଦ୍ୟ ଲେଥା, କାକରା, ଆରିଶା, ସରସତିଆ ଓ ଚାଉଳ ବରା ଇତ୍ୟାଦି ଖାଇବାକୁ ଦିଆ ଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଘୋଷକ ନିଶାନ୍ତ ତ୍ରିପାଠୀ ଓ ଘୋଷିକା ସୁଶ୍ରୀ ପୂଜା ପାରମିତା ସାହୁ ପରିଚାଳନା କରିଥିଲେ I