Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଐତିହ୍ୟ ଅସ୍ମିତାକୁ ନେଇ ବାହାମ ପଞ୍ଚାୟତ ପାଲିଲା ସମ୍ବଲପୁରୀ ଦିନ:ପଡିଆବାହାଲ ହାଟର ଦୋକାନୀ ଗ୍ରାହାକ ସମସ୍ତେ ଆମର ଅତିଥି

ସମ୍ବଲପୁର:ପଡିଆବାହାଲ ସାପ୍ତାହିକ ହାଟର ସ୍ୱତନ୍ତ୍ରତା ଐତିହ୍ୟକୁ ପୁନଃଜିବିତ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ଯ ନେଇ ବାହାମ ଗ୍ରାମ ପଞ୍ଚାୟତ ପକ୍ଷରୁ ଏକ ସଚେତନାତ୍ମକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି।
ଏଠାରେ ସୂଚନା ଯୋଗ୍ୟଯେ,ସମ୍ବଲପୁରୀ ଭାଷା ସାହିତ୍ୟର ଜନ ନାୟକ ସ୍ୱର୍ଗତ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର୍ ଙ୍କ ଏକ କବିତାକୁ ଆଧାର କରି ବାହାମ ଗ୍ରାମ ପଞ୍ଚାୟତ ପକ୍ଷରୁ କବିଙ୍କୁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ଦେଇଛି।ଏହି ସାପ୍ତାହିକ ହାଟକୁ ଏକ ଐତିହ୍ଯ ପୂର୍ଣ୍ଣ ପଶ୍ଚିମ ଓଡିଶାର ସର୍ବଶ୍ରେଷ୍ଟ ସାପ୍ତାହିକ ହାଟ ଭାବେ ପୁନଃ ଜାଗରଣର ଲକ୍ଷ୍ୟ ରଖି ପୂର୍ବ ଐତିହ୍ୟକୁ ବଜାୟ ରଖିବାକୁ ଦୀର୍ଘ ୧୨ ବର୍ଷର ସମ୍ବଲପୁରୀ ଦିନ୍ ଆନ୍ଦୋଳନରେ ପ୍ରଥମ ଥର ପାଇଁ ବାହାମ ଗ୍ରାମ ପଞ୍ଚାୟତ ସାମିଲ ହୋଇଛି। କବି ସତ୍ୟନାରାୟଣ ବହିଦାର୍ ଙ୍କ ୧୯୭୬ ମସିହାରେ ପ୍ରକାଶିତ ‘ପଡିଆବାହାଲ ହାଟେ’ ଶୀର୍ଷକ ଏକ କବିତା ଲୋକଲୋଚନକୁ ଆସିବା ପରେ ବାହାମ ପଞ୍ଚାୟତ ସମ୍ବଲପୁରୀ ଦିନ୍ ପାଳନ ନାମରେ ପଡିଆବାହାଲର ଏହି ଐତିହ୍ୟକୁ ମନେ ପକାଇ ସମାଜକୁ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛି।
ପଡିଆବାହାଲ ଜୟ ଦୁର୍ଗା ପାଠାଗାର ଠାରେ ଆୟୋଜିତ ସମ୍ବଲପୁରୀ ଦିନକୁ ପଡିଆବାହାଲ ଆମର ଉକିଆଁ ଭାବେ ପାଳନ କରାଯାଇଥିଲା।ସରପଞ୍ଚ୍ ସରସ୍ବତୀ ଭୋସାଗରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଗୁରୁଶ୍ରୀ ସତ୍ୟନାରାୟଣଙ୍କ ୨ ପଟ୍ଟଶିଷ୍ୟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା ଓ ସୁବୋଧ କୁମାର ବେହେରାଙ୍କ ସମେତ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଗୁରୁ ସତ୍ୟନାରାୟଣଙ୍କ ସମ୍ବଲପୁରୀ ସାହିତ୍ୟ ସହିତ ତାଙ୍କର ନିରାମୟ ଜୀବନ ଯାପନ ସଂପର୍କରେ ଆଲୋଚନା କରିଥିଲେ।ସାମ୍ବାଦିକ ରାଧାମୋହନ ଷଡଙ୍ଗୀ ଆଲୋଚନାରେ ଭାଗନେଇ ସମ୍ବଲପୁରୀ ସଂସ୍କୃତି କୁ ଉଜ୍ଜୀବିତ ରଖିଲେ ଏହା କବିଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।ସଭାରେ ଅଞ୍ଚଳର ସମସ୍ତ ଏମବିକେ,ସିଆରପି ଓ ସାହିତ୍ୟ ପ୍ରେମୀ ଯୋଗଦେଇ ପଡିଆବାହାଲର ଉଁକିଆକୁ ଅଧିକ ବିକାଶ ନେଇ ପ୍ରତି ସ୍ତରରେ କାମ କରିବା ସହିତ ହାଟକୁ ଆସୁଥିବା ପ୍ରତ୍ୟେକ ଦୋକାନୀ ଓ ଗ୍ରାହାକଙ୍କୁ ଅତିଥି ହିସାବରେ ପଡିଆବାହାଲ ବାସୀ ଗ୍ରହଣ କରିପାରିଲେ କବିଙ୍କ କବିତା କାଳଜୟୀ ହୋଇପାରିବ ଓ ପଡିଆବାହାଲ ନିଜର ଐତିହ୍ୟ ସାଇତି ରଖିପାରିବ ବୋଲି ବିଶେଷ ଅତିଥି ଶ୍ରୀ ପଣ୍ଡା ଓ ଶ୍ରୀ ବେହେରା କହିଥିଲେ। ଶେଷରେ ଦେବାନନ୍ଦ ଭୋସାଗର ଧନ୍ୟବାଦ ଅର୍ପଣ କରିଥିଲେ।