Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ପରିଦର୍ଶକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା। ବିଲ୍ ପାସ୍ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ ଫାର୍ମ ପୋଖରୀର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ କାଦୋଦର ପଂଚାୟତ ବିରସିଂହପୁର ଗାଁ ର ଜଣେ ହିତାଧୀକାରୀ ରାମଚନ୍ଦ୍ର ମହାକୁଡ଼ଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। କୌଣସି ଉପାୟ ନପାଇ ଶ୍ରୀ ମହାକୁଡ଼ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ। ଯୋଜନା ମୁତାବକ ଆଜି ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା ସୋନପୁର ପଟଭାଡି ରାସ୍ତାରେ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଠାରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଧାଂଶୁଙ୍କର ଅଫିସ ଓ ବଲାଙ୍ଗୀର ରୁଗୁଡିପଡା ସ୍ଥିତ ବାସଭବନ ଦୁଇଟି ଠିକଣାରେ ସମାନ ସମୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଏ ନେଇ ସମ୍ବଲପୁର ଭିଜିଲାନ୍ସ ରେ କେସ ନଂ ୧୮/୨.୮.୨୦୨୪ ୟୁ/ଏସ- ୭ ଦୁର୍ନୀତି ନିବାରଣ ଏକ୍ଟ ୨୦୧୮ ରେ ଏକ ମାମଲା ରୁଜୁ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ