Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନ୍ୟବାଦ ମତଦାତା କାର୍ଯ୍ୟକ୍ରମ:୨୦୨୫ସୁଦ୍ଧା ପ୍ରତି ଘରକୁ ପିଇବା ପାଣି : ପଞ୍ଚାୟତିରାଜ ମନ୍ତ୍ରୀ

ସମ୍ବଲପୁର/କୁଚିଣ୍ଡା:ଓଡିଶା ସରକାରଙ୍କ ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଶନିବାର ବିଭିନ୍ନ ପଞ୍ଚାୟତ ଗସ୍ତକରି ୨୦୨୫ ସୁଦ୍ଧା ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।କୁଚିଣ୍ଡା ବ୍ଲକର ପାରୁଆଭାଡି, ବାଉରୀଗୋଡା,ଅର୍ଡାବାହାଲ, ଗୋଛରା ଓ ବାଙ୍କେ ପଞ୍ଚାୟତରେ ଆୟୋଜିତ ଧନ୍ୟବାଦ ମତଦାତା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ନାଏକ କହିଛନ୍ତି ଯେ,ଯୋଗ୍ଯ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଓ ରାସନ କାର୍ଡ ଦିଆଯିବ। ଆଗାମୀ ଦିନରେ କୁଚିଣ୍ଡା ଲଙ୍କାର ଚାହିଦା ବଢିବ ଓ ଚାଷୀ ଉପକୃତ ହେବେ।ଏହାଛଡା ୧୭ହଜାର ବେକାର ଯୁବତୀ ଯୁବକଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।ସୁଭଦ୍ରା ଯୋଜନା ଖୁବଶିଘ୍ର ଲାଗୁ ହେବାକୁ ଥିବା ବେଳେ,ଖରିଫ ଧାନ ବିକ୍ରୀ ସମୟରେ ଚାଷୀ ଧାନ କେଜି ପ୍ରତି ୩୧ଟଙ୍କା ମୂଲ୍ଯ ପାଇବେ ବୋଲି କହିଥିଲେ।ଅଞ୍ଚଳର ଯାହାବି ସମସ୍ୟା ଅଛି ତାର ସମାଧାନ କରିବାକୁ ଚେଷ୍ଟା କରାଯିବ। ପ୍ରତି ତିନି ମାସରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରି ସମସ୍ତ ପଞ୍ଚାୟତ ସହ ସମ୍ପର୍କ ରକ୍ଷାକରି କାମ କରିବାକୁ ସେ କହିଛନ୍ତି।ରାଜ୍ଯ ପାଇଁ ମନ୍ତ୍ରୀ କିନ୍ତୁ କୁଚିଣ୍ଡା ପାଇଁ ସେ ରବି ବୋଲି କହି ଆପଣଙ୍କ ଆଶିର୍ବାଦରେ ମୁଁ ମନ୍ତ୍ରୀ ପଦ ପାଇଛି।ତେଣୁ ଆପଣ ମାନଙ୍କ ସହଯୋଗରେ ହିଁ ଅଞ୍ଚଳର ବିକାଶ ହୋଇପାରିବ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ଯ ଦିବ୍ୟରାଜ କିଷାନ,ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ରୁଦ୍ରପ୍ରତାପ ଦେଓ,ଭାଜପା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ,ସରପଞ୍ଚ ସୁବାସିନୀ ଧାନ, ଗୋବର୍ଦ୍ଧନ ବାଘ,ଶୁଳେଶ୍ୱରୀ ମାଝି,ଥନେଶ୍ୱର ନାଏକ,ପିଙ୍କି ନାଏକ,ସମିତିସଭ୍ଯ ପରେଶ ପଟେଲ,ସମୀର କଉଡି,ଜିଲ୍ଲା ସମ୍ପାଦକ ବିଭୂତିକଲ୍ୟାଣ ପଟେଲଙ୍କ ସମେତ ଭାଜପାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ମନ୍ତ୍ରୀ ନାଏକ ଅର୍ଡାବାହାଲସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।ଏହି କେନ୍ଦ୍ରର ଅଧିକ ଉନ୍ନତି ନିମନ୍ତେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ପ୍ରକାଶ ଥାଉକି, ଶନିବାର ମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ