Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଏନଏସଏସ ବିଭାଗ ଓ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ଫାଇଲେରିଆ ରୋଗ ଉପରେ ବକ୍ତବ୍ୟ ରଖିଥିଲେ । ସୋସିଆଲ ମୋବିଲାଇଜରର ଜିଲ୍ଲା ଏମଡିଏ ଜବକିନସନ ପଧାନ ଫାଇଲେରିଆ ରୋଗ ହେବାର କାରଣ ଏବଂ ନିରାକରଣ ସମ୍ପର୍କରେ ବିଷଦ ଭାବରେ ଆଲୋଚନାକରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ ହେବା ପାଇଁ ବାର୍ତ୍ତା ଦେଇଥିଲେ | ଏହି ସଚେତନତା ସଭାରେ ବୀରମହାରାଜପୁର ଚିକିତ୍ସାଳୟର ସୋସିଆଲ ମୋବିଲାଇଜର ସଞ୍ଜିବ ସିଂ, ରିଙ୍କୁ ଜଗଦଲା ଯୋଗଦେଇଥିଲେ । ଏନଏସଏସ କାର୍ଯ୍ୟକ୍ରମ ପରିଚାଳିକା ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ସଞ୍ଜିବ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ବିଜୟ ପୁରୋହିତ, ପ୍ରକାଶ କୁମାର ସେଠ , ବଳରାମ ଶତପଥି , ସଞ୍ଜିତ ନାଏକ , ପ୍ରଭାତ ପୁରୋହିତ , ଅଧ୍ୟାପିକା ମାଳତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ସାମୁହିକ ଔଷଧ ସେବନ ନିତାନ୍ତ ଜରୁରୀ ବୋଲି ମଞ୍ଚାସୀନ ଅତିଥି ବୃନ୍ଦ ମତ ରଖିଥିଲେ । ସଚେତନତା ହିଁ
ଫାଇଲେରିଆ ମୁକ୍ତ ସମାଜ ଗଠନରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।