Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଙ୍ଖନିଧିଙ୍କ ବିୟୋଗରେ ଗୋପାଳଜୀ ଯୋଗାଳୟରେ ଶୋକ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ‌ ସୁବର୍ଣ୍ଣପୁର ପରିସରସ୍ଥ ସାଧନା କକ୍ଷରେ ବିଶିଷ୍ଟ ସମାଜସେବୀ ଜନପ୍ରିୟ ସାହିତ୍ୟ, ସଂସ୍କୃତି, କଳା,ଐତିହ୍ୟ, ପରମ୍ପରା ପ୍ରେମୀ ପୁଣ୍ୟାତ୍ମା ଶଙ୍ଖନିଧୀ ରାୟଗୁରୁ ଙ୍କର ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଯୋଗୀ ବନ୍ଧୁଗଣ ସାମୁହିକ ଭାବରେ ଅମର ଆତ୍ମା ଙ୍କ ସ୍ମୃତି ଚାରଣ ପୂର୍ବକ ପ୍ରଭୁ ପରମେଶ୍ବରଙ୍କର ଠାରେ ଶାନ୍ତି ପ୍ରଦାନ ପାଇଁ ମହା ମୃତ୍ୟୁଞୟ ମନ୍ତ୍ର ଜପ ସହିତ ଭକ୍ତିପୂର୍ଣ୍ଣ ଭାବରେ ନିରବ ପ୍ରାର୍ଥନା କରିଥିଲେ। ସୂଚନା ଯୋଗ୍ୟ ଯେ ହୃଦରୋଗ ଜନିତ ରୋଗରେ ଶ୍ରୀ ରାୟଗୁରୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଥିବା ବେଳେ ୩ ତାରିଖ ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ