Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ, ଆମକୁ ବ୍ଲାକମେଲିଂ କରି ପାରିବେନି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର: ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ପରେ ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସୁଛି ଆଳୁ। ତେବେ ଆବଶ୍ୟକ ଭରଣା କରିବା ଲାଗି ପଞ୍ଜାବରୁମଧ୍ୟ ଆଳୁ ମଗାଯିବ ବୋଲି ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିଯିବା ନେଇ ଯେଉଁ ଗୁଜବ ଉଠୁଛି ତାହା ମିଛ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଆଳୁ ସହିତ ଓଡ଼ିଶାର ସ୍ବାଭିମାନ ଯୋଡ଼ି ହୋଇଛି। ଆଳୁ ପାଇଁ କେହି ଆମକୁ ବ୍ଲାକମେଲ କରିପାରିବେନି। ଏବେ ଉତ୍ତର ପ୍ରଦେଶରୁ ଆସୁଛି ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ। ପଶ୍ଚିମବଙ୍ଗକୁ ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଆଳୁ ପାଇଁ ଯେଉଁଭଳି ଓଡ଼ିଶାକୁ ବ୍ଲାକମେଲ କରୁଛନ୍ତି ତାହା ଆମର ସ୍ବାଭିମାନକୁ ଆଞ୍ଚ ଆଣୁଛି। ଓଡ଼ିଶାରେ ଦୈନିକ ପ୍ରାୟ ୧୦ ହଜାର ଟନ ଆଳୁ ଦରକାର ହେଉଛି। ୟୁପି ପଞ୍ଜାବରୁ ଆଳୁ ଆଣିଲେ ଅତିବେଶିରେ କେଜି ପିଛା ୧ ଟଙ୍କା ଫରକ ପଡିବ।

ବର୍ତ୍ତମାନ ମାର୍କେଟରେ ୟୁପି ଆଳୁ ଓ ବଙ୍ଗ ଆଳୁ ମିଳୁଛି। ହେଲେ ଲୋକଙ୍କୁ ଆଳୁଦୋଷ ଛାଡୁନି। ବଜାରରେ ଏବେ ହାରାହାରି ୩୫ ଟଙ୍କାରେ ଆଳୁ ମିଳୁଛି। ୟୁପି ଆଳୁ ଧଳା ହୋଇଥିବା ବେଳେ ବଙ୍ଗଆଳୁରେ ନାଲିମାଟି ଦିଆଯାଇଛି ତେଣୁ ନାଲି। ତେବେ ୟୁପି ଆଳୁ ଶୀଘ୍ର ପଚିଯାଉଛି ବୋଲି କିଛି ସ୍ଥାନରେ ଚର୍ଚ୍ଚା ହେଉଛି। ଯାହାକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ।