Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମର ସ୍ୱାଭିମାନ ଅଛି, ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ : ଯୋଗାଣ ମନ୍ତ୍ରୀ

ସମ୍ବଲପୁର:ଆମର ସ୍ୱାଭିମାନ ଅଛି, ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କହିବା ପରେ ଆଳୁ କୁ ନେଇ ରାଜନିତି ତେଜିବାରେ ଲାଗିଛି।ଶୁଣା ଯାଇଛି ପଞ୍ଜାବରୁ ଆସିବ ଆଳୁ। ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ ବୋଲି ଯୋଗାଣ ମନ୍ତ୍ରୀ ସଫେଇ ଦେଇଛନ୍ତି। ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ।
ଏପଟେ ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତରପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ବହୁତ ହଇରାଣ କରୁଛନ୍ତି, ବେପାରୀଙ୍କୁ ଦୁର୍ବ୍ୟବହାର କରାଯାଉଛି । ସୀମାରେ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ମୋଟା ଅଙ୍କର ଟଙ୍କା ନେଇ ଆଳୁ ଗାଡି ଛାଡ଼ୁଛି । ସେଥିପାଇଁ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି। ଧୀରେ ଧୀରେ ପଶ୍ଚିମବଙ୍ଗରୁ ପୂରା ଆଳୁ ଆଣିବା ଠପ୍ କରାଯିବ।ଏହା ହେଲେ ଯାଇ ପଶ୍ଚିମବଙ୍ଗ ବୁଦ୍ଧି ଶିଖିବ।
ଆଳୁ ଉତ୍ପାଦନରେ ୟୁପି ଏକ ନମ୍ବରରେ ରହିଛି, ହେଲେ ସେଠୁ ଆଳୁ ଆଣିଲେ ପଶ୍ଚିମବଙ୍ଗ ଆଳୁଠାରୁ ଦର୍ ଟିକେ ଅଧିକ ରହିବା ସ୍ୱାଭାବିକ ହେବ । କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଅଧିକ ପଡ଼ିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ପଡୁଥିବା ବେଳେ ୟୁପିରୁ ଆଣିଲେ ୨୭୦୦ ଟଙ୍କା ପଡୁଛି । କାହିଁକି ନା ଆଳୁ ଦାମ ସମାନ ଥିଲେ ବି ଟ୍ରାନ୍ସପୋର୍ଟ ବାବଦକୁ ଅଧିକ ଖର୍ଚ୍ଚ ହେଉଛି।ତେଣୁ ପରିବହନ ଖର୍ଚହିଁ ଆଳୁ ଦାମ ଦରବୃଦ୍ଧିର ଅନ୍ୟତମ କାରଣ ହେବ।
ତେବେ ସବୁଠୁ ବଡ ଦୁଃଖର ବିଷୟ ଓଡିଶାର ଆଳୁ ମିଶନକୁ ନେଇ ରାଜ୍ୟ ସରକାର କୌଣସି ମୁହଁ ଫିଟାଉ ନାହାଁନ୍ତି।ସେପଟେ ଓଡିଶାର ଆଳୁ ମିଶନ ନାମରେ କୋଟି କୋଟି ଅର୍ଥ ଚୁଲିକି ଗଲା ନାଁ କିଏ ଚଳୁ କରିଦେଲା ଏ ବିଷୟରେ ସରକାରଙ୍କ କୌଣସି ଚିନ୍ତା ନାହିଁ।ବରଂ ଆଳୁ ପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଳୁ ପାଇଁ ଏବେ ଓଡିଶା ଉଠୁଛି ପଡୁଛି।ହେଲେ ଓଡିଶାରେ ପୁର୍ବ ସରକାରଙ୍କ ଆଳୁ ମିଶନ୍ କୁ ନେଇ କୌଣସି ସମୀକ୍ଷା ନକିରବା କିମ୍ବା ଓଡିଶାରେ ଆଳୁ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିନପାରିବା ଓଡିଶା ସରକାରଙ୍କ ପାଇଁ ନଗ୍ନ ନମୁନାର ଉଦାହରଣ କୁହାଯିବ।