Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡ଼ାରେ ନାବାଳିକା ମୃତ

ସମ୍ବଲପୁର/ଜମନକିରା: ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଙ୍କଟାଲ ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ ନାବାଳିକା ଜଣକ ହେଲେ ବାଙ୍କଟାଲ ଗ୍ରାମର କିଶୋର ମିର୍ଦ୍ଧା ଓ ସୁରତି ମିର୍ଦ୍ଧାଙ୍କ ଝିଅ ଖୁସବୁ ମିର୍ଦ୍ଧା। ବୟସ ୦୬ ବର୍ଷ। ଗତ ୧ ଅଗଷ୍ଟ ଗୁରୁବାର ରାତିରେ ଖୁସବୁ ଶୋଇଥିବା ବେଳେ ଖଟକୁ ଗୋଟିଏ ଚିତି ସାପ ଚଢ଼ି ଖୁସବୁକୁ କାମୁଡି ଦେଇଥିଲା। ପରିବାର ଲୋକେ ଜାଣିଲା ପରେ ଖୁସବୁଙ୍କୁ ପ୍ରଥମେ ସମ୍ବଲପୁର ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଆଜି ବୁର୍ଲା ଡାକ୍ତରଖାନାରେ ଖୁସବୁଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେଲା ପରେ ବାଙ୍କଟାଲ୍ ଗ୍ରାମରେ କାନ୍ଦ ବୋବାଳି ସହିତ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ମୃତ ଦେହ ନିଜ ଗାଁକୁ ଅଣାଯାଇ ସନ୍ଧ୍ୟାରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଛି।