ପ୍ରତ୍ୟେକ ସେତୁରେ ଆଡିବନ୍ଧ ନିର୍ମାଣ ସରକାରଙ୍କ ଲକ୍ଷ୍ୟ–ପଞ୍ଚାୟତିରାଜ,ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ

ସମ୍ବଲପୁର: ଓଡ଼ିଶାକୁ ଦାଦନ ମୁକ୍ତ କରିବାକୁ ସରକାର ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।ଆପଣ ମାନଙ୍କ ଆଶିର୍ବାଦରୁ ଆଜି ମତେ ମନ୍ତ୍ରୀ ପଦ ମିଳିଛି।ତେଣୁ ସମସ୍ତ ଜନପ୍ରତିନିଧି ଜଣେ ଜଣେ ମନ୍ତ୍ରୀ ହୋଇ ଅଞ୍ଚଳର ବିକାଶ ପାଇଁ ସହଯୋଗର ହାତ ବଢାଇବାକୁ ମଙ୍ଗଳବାର ବାମରା ପଞ୍ଚାୟତ ସମିତି ବୈଠକରେ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।ପ୍ରତ୍ୟେକ ସେତୁର ଆଡିବନ୍ଧ ନିର୍ମାଣ ନିମନ୍ତେ ସରକାର ଲକ୍ଷ୍ୟ ରଖିଥିବା ବେଳେ ଲୋକଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ସରପଞ୍ଚ ଓ ସମିତିସଭ୍ଯ ମାନଙ୍କୁ ପରାମର୍ଶ ଦେଇଥିଲେ । ଲଙ୍କାଚାଷ ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ ନାଏକ କହିଛନ୍ତି ଯେ,ଅଞ୍ଚଳର ବାମରା ମିର୍ଚା ନାଁରେ ପ୍ରସିଦ୍ଧ ଥିବା ଲଙ୍କା ଯେପରି ଅଧିକରୁ ଅଧିକ ଚାଷ ହୋଇ ପାରିବ ଏବଂ ଚାଷୀମାନେ ଲାଭବାନ ହେବେ ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ ।ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧୂରୁଆଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି କୁମୁଦିନି ନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଡି) ଧର୍ମେନ୍ଦ୍ର ମଲ୍ଲିକ,ଜିଲ୍ଲାପରିଷଦ ସଭ୍ଯ କୃଷ୍ଣଚନ୍ଦ୍ର ଟପ୍ପୋ,ସାଂସଦ ପ୍ରତିନିଧି ନରେଶ ସିଂ ଠାକୁର, ତହସିଲଦାର ଦିଲିପ କୁମାର ପ୍ରଧାନ,,ବିଡ଼ିଓ ପୁଷ୍ପକ ପ୍ରଧାନ, ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ,୧୭ଗୋଟି ପଞ୍ଚାୟତର ସରପଞ୍ଚ/ସମିତିସଭ୍ଯ ମାନେ ଉପସ୍ଥିତ ଥିଲେ।ବିଡିଓ ପୁଷ୍ପକ ପ୍ରଧାନ ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ।ବୈଠକରେ କୃଷି ଓ ଉଦ୍ୟାନ କୃଷି,ଶିକ୍ଷା,ସ୍ଵାସ୍ଥ୍ଯ,ପାନୀୟଜଳ ଓ ପରିମଳ, ସାଧାରଣ ବଣ୍ଟନ ବ୍ୟବସ୍ଥା,ମହିଳା ଓ ଶିଶୁ ବିକାଶ,କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ, ମତ୍ସ୍ଯ ଓ ପଶୁପାଳନ, ଓଡିଶା ଜୀବିକା ମିଶନ, ଅନୁସୂଚିତ ଜାତି ଓ ଜନଜାତି,ଜଙ୍ଗଲ,ମୃତ୍ତିକାସଂରକ୍ଷଣ, ବିଦ୍ୟୁତ, ଏମଜିଏନଆରଇଜିଏସ,ସାମାଜିକ ସୁରକ୍ଷା ଆଦିର ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ କ୍ଷୁଦ୍ର ଜଳସେଚନ , ଉଠାଜଳସେଚନ,କୃଷି, ଆରଡବ୍ଲ୍ୟୁଏସଏସ,ବିଦ୍ୟୁତ,ମିଶନ ଶକ୍ତି,ବିଭାଗ ଆଲୋଚନା ସମୟରେ ସରପଞ୍ଚ ଓ ସମିତି ସଭ୍ଯ ମାନେ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରିଥିବା ବେଳେ,ବିଭାଗୀୟ ଅଧିକାରୀ ମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିବାରୁ ହାହୋଲ୍ଲା ହୋଇଥିଲା। ଜଣେ ବରିଷ୍ଠ ନାଗରିକଙ୍କୁ ଜନୈକ ବିଭାଗୀୟ ଅଧିକାରୀ ପୂର୍ବରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯୋଗୁଁ,ମନ୍ତ୍ରୀ ତାଗିଦ କରିବା ସହ କ୍ଷମା ପ୍ରାର୍ଥନା କରାଇଥିଲେ । ଜିପିଡ଼ିଓ ରଞ୍ଜନା ପୂର୍ବ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ମନ୍ତ୍ରୀ ନାଏକ ବାଉଁଶଲଗା,କୁଟାରିମାଲ ଓ ପିଣ୍ଡାପଥର ପଞ୍ଚାୟତରେ ଆୟୋଜିତ ଧନ୍ୟବାଦ ମତଦାତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।