Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତରଙ୍କ କଥା ନଶୁଣି ଗୁଣିଆ ପାଖକୁ ନେଲେ ସାପ କାମୁଡ଼ା ବ୍ୟକ୍ତିଙ୍କୁ, ଚାଲିଗଲା ଜୀବନ

ବୌଦ୍ଧ: ସାପ କାମୁଡ଼ା ବ୍ୟକ୍ତିଙ୍କୁ ମେଡିକାଲ ଆଣିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବୁର୍ଲା ମେଡିକାଲକୁ ରେଫର କରିଦେଲେ । ହେଲେ ଡାକ୍ତରୀ ଚିକିତ୍ସା ଉପରେ ପରିବାର ଲୋକଙ୍କ ପାଇଲାନି ଭରସା । ଆହତଙ୍କୁ ବୁର୍ଲା ନେବା ବଦଳରେ ନେଇଗଲେ ଗୁଣିଆ ପାଖକୁ । ଗୁଣିଆର ମନ୍ତୁରା ପାଣି ସାଙ୍ଗକୁ ଝଡ଼ାଫୁଙ୍କା ଦେଲାନି କାମ । ଅକାଳରେ ଚାଲିଗଲା ଜଣେ ବ୍ୟକ୍ତି ଜୀବନ । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପାଟଦୋହଲି ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ହେମାନନ୍ଦ ପ୍ରଧାନ ।

ଗତକାଲି ରାତିରେ ହେମାନନ୍ଦ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ପରେ ସାପଟିକୁ ଗ୍ରାମବାସୀ ଧରି ଏକ ହାଣ୍ଡିରେ ପୂରାଇ ରଖିଥିଲେ । ହେମାନନ୍ଦଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅବସ୍ଥା ଗୁରୁତର ହେବାରୁ ହେମାନନ୍ଦଙ୍କଙ୍କୁ ଡାକ୍ତର ବୁର୍ଲା ରେଫର୍ କରିଥିଲେ ।

ପରିବାର ଲୋକ ହେମାନନ୍ଦଙ୍କୁ ବୁର୍ଲା ନେବା ବଦଳରେ ଘରକୁ ଫେରାଇ ଆଣିଥିଲେ । ଘରେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ । ଶେଷରେ ହେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ