Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମ୍ୟ କଟାରେ ଜବରଦସ୍ତି ଚାଷ:ବିରୋଧ କରିବାରୁ କଦଳିପାଲ୍ ଗ୍ରାମବାସୀଙ୍କ ଧମକ ଅଭିଯୋଗ

ସମ୍ବଲପୁର:ଗ୍ରାମର ଗୋଟିଏ ପରିବାର ଓ ତାଙ୍କ ସମ୍ପର୍କୀୟ ମିଶି ଗ୍ରାମ୍ୟ କଟାକୁ ନିଜର ଦର୍ଶାଇ ନିର୍ମାଣ କରୁଛନ୍ତି ଚାଷ ଜମି। ଘଟଣାରେ ଗ୍ରାମବାସୀଙ୍କ ବିରୋଧ ପରେ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି ଜମି ନିର୍ମାଣକାରି ବ୍ୟକ୍ତି। ପ୍ରଶାସନର ଦଖଲ ପରେ ମଧ୍ୟ ମାନୁନାହାନ୍ତି ଉକ୍ତ ବ୍ୟକ୍ତି ବିଶେଷ।
ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳୀପାଲ ଗ୍ରାମରେ।
ଗ୍ରାମରେ ଖଳିଆକଟା ବୋଲି ଗୋଟିଏ କଟା ରହିଅଛି। ଉକ୍ତ କଟାକୁ ଗ୍ରାମବାସୀ ସଭିଏଁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି। ତେବେ ଗ୍ରାମର ସୁବାସ ଭୋଇ ଓ ଅଲେଖ ସାହୁ ଗତ ୩ମାସ ପୂର୍ବରୁ ଖରା ଦିନରେ ଜେସିବି ଲଗାଇ ଉକ୍ତ କଟା ସହିତ ତାଙ୍କର କିଛି ନିଜସ୍ଵ ଜାଗା ମିଶାଇ ଚାଷ ଜମି ନିର୍ମାଣ କରିବାକୁ ଆରମ୍ଭ କରିଥିଲେ। ଗ୍ରାମବାସୀ ଜାଣିବା ପରେ ସୁବାସ ଓ ଅଲେଖଙ୍କୁ କଟାରେ ନିର୍ମାଣ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀଙ୍କୁ ଉକ୍ତ କଟା ଟି ସେମାନଙ୍କ ନିଜସ୍ଵ ଜାଗା ବୋଲି କହି କାମ ଜାରି ରଖିଥିଲେ। ତେବେ ଗ୍ରାମବାସୀ ଏନେଇ ଗୌଡପାଲି ଫାଣ୍ଡିରେ ଅଭିଯୋଗ କରିଥିଲେ ଓ ଫାଣ୍ଡି ଅଧିକାରୀ ନିଜେ ଘଟଣାସ୍ଥଳକୁ ପରିଦର୍ଶନ କରି ସୁବାସ ଓ ଅଲେଖଙ୍କୁ ଉକ୍ତ କଟାର ସୀମାଙ୍କନ ପରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଉଭୟେ ପୁଣି କାମ ଜାରି ରଖିଥିଲେ। ପରେ ଗ୍ରାମବାସୀ ଜମନକିରା ଥାନା ଅଧିକାରୀ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତହସିଲଦାର ଓ ଥାନା ଅଧିକାରୀ ସମସ୍ତଙ୍କୁ କାର୍ଯ୍ୟାଳୟକୁ ଡକାଇ ଘଟଣା ସମ୍ପର୍କରେ ବୁଝି ସୁବାସ ଓ ଅଲେଖଙ୍କୁ ସିମାଙ୍କନ ପଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଭୟ ସୁବାସ ଓ ଅଲେଖ ଏନେଇ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏଣେ ଆଜି ଜମନକିରା ତହସିଲଦାର ଉକ୍ତ କଟାର ପରିଦର୍ଶନ କରି ଆସନ୍ତାକାଲି ସିମାଙ୍କାନ କରାଯିବା ନେଇ କହିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories