Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ସଡ଼କ ଦେଉଛିଯମଯନ୍ତ୍ରଣା: ଗାଁ ଲୋକେ କଲେ ମରାମତି

ସମ୍ବଲପୁର: ନିର୍ମାଣାଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳିପାଲ ଠାରୁ ବୁଢୀକୁଟୁଣୀ ଭାୟା ବାଙ୍କଟାଳ ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବର୍ଷା ଋତୁରେ କାଦୁଅ ପଚ୍ ପଚ୍ ହୋଇ ଏକପ୍ରକାର ଯମଯନ୍ତ୍ରଣା ଦେଉଛି। ରାସ୍ତାରେ ସାଇକେଲ, ବାଇକ, କାର, ଯାତ୍ରୀବାହୀ ଚାରିଚକିଆ ଯାନ, ଆମ୍ବୁଲାନ୍ସ ଓ ଛାତ୍ର ଛାତ୍ରୀ ପ୍ରତ୍ୟହ ଯିବା ଆସିବା କରୁଛନ୍ତି। କିନ୍ତୁ ରାସ୍ତାର ଅବସ୍ଥା ପାଇଁ ବର୍ତ୍ତମାନ ଯିବା ଆସିବା କରିବା ଦୁର୍ବିସହ ହୋଇପଡିଛି। ରାସ୍ତାଟି ନୂଆ କରି ତିଆରି ହେଉଥିବା ଯୋଗୁଁ ରାସ୍ତା ସାରା ମାଟି ପଡ଼ିଛି। ଯାହାକି ବର୍ଷା ପାଣି ଜମି ରହି ସବୁ ଆଡ଼େ ରାସ୍ତା ସାରା କାଦୁଅ ସୃଷ୍ଟି ହେଇଛି। ପ୍ରକାଶ ଯୋଗ୍ୟ ଉକ୍ତ ରାସ୍ତାଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କଦଳିପାଲ ଠାରୁ ବୁଢୀକୁଟୁଣୀ ଭାୟା ବାଙ୍କଟାଳ ମୋଟ ୬.୬୦୦ କି.ମି. ରାସ୍ତା ସମ୍ୱଲପୁର ସହରର ସୟଦ କନଷ୍ଟ୍ରକ୍ସନ୍ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ବିଭାଗ କୁଚିଣ୍ଡା ଦ୍ଵାରା ନିର୍ମାଣ ହେଉଅଛି। ରାସ୍ତାର ଅଟକଳ ମୂଲ୍ୟ ୪୮୩.୯୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଏଥିରୁ ୨୪.୨୨ ଲକ୍ଷ ଟଙ୍କା ଏହାର ରକ୍ଷଣା ବେକ୍ଷଣ ଖର୍ଚ୍ଚ ରହିଅଛି। କିନ୍ତୁ ସଂପୃକ୍ତ ଠିକାଦାରଙ୍କୁ ଯେତେ ଅଭିଯୋଗ କଲେ ହେଁ ବର୍ତ୍ତମାନ ବର୍ଷା ଋତୁରେ ଆଦୌ ମରାମତି କରୁନାହିଁ। ଯାହା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତେବେ କଦଳୀପାଲ ଗ୍ରାମର ବିକାଶ ନାୟକ, ପିଟର ମିଞ୍ଜ, ରାଫେଲ ମାଡାକି, କ୍ରିଷ୍ଣା ଗଡରିଆ, ଜସମନ୍ ମାଝୀ, କେରେ ବଡାଇକ, କଷ୍ଟୁ ମାଝୀ ଓ ଗଣେଶ ଭୋଇ ଙ୍କ ତତ୍ତ୍ଵାବଧାନରେ ସମସ୍ତ ଗ୍ରାମବାସୀ ମିଶି ଦୁଇଦିନ ତଳେ ଉକ୍ତ ରାସ୍ତାରେ ଯେଉଁ ସ୍ଥାନରେ ମରାମତି ଦରକାର, ସେଠାରେ ପଥର, ଗେଟି ତଥା ବାଲି ଆଦି ପକାଇ ଅସ୍ଥାୟୀ ମରାମତି କରିଅଛନ୍ତି। ଫଳରେ ବର୍ତ୍ତମାନ ରାସ୍ତାରେ ଯିବା ଆସିବା ପାଇଁ ଟିକିଏ ସୁବିଧା ହେଉଅଛି। ରାସ୍ତାଟି ଠିକା ସଂସ୍ଥା ଖୁବ୍ ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ