ରକ୍ତଦାତାଙ୍କ ଭିମସାରକୁ ଶରୀର ଦାନ

ସମ୍ବଲପୁର:ନିୟମିତ ବି ପୋଜିଟିଭ୍ ରକ୍ତଦାତା ଅନ୍ତର୍ଜାମୀ ତ୍ରିପାଠୀ ୮୬ଙ୍କ ପରଲୋକ ପରେ ଆଜି ତାଙ୍କ ମର ଶରୀରକୁ ବୁର୍ଲା ଭିମସାର ଆନାଟୋମି ବିଭାଗକୁ ହସ୍ତାନ୍ତର କରାଯାଇଛି।
ତାଙ୍କ ମୃତ୍ୟୁପରେ ଶରୀର ଦାନ କରିବାକୁ ଉତ୍ସର୍ଗ ମାଧ୍ୟମରେ ଗତ ୦୩.୦୯.୨୦୧୭ ଦିନ ଭିମସାର ସହିତ ଚୁକ୍ତିପତ୍ର କରାଯାଇଥିଲା।୮ ତାରିଖ ତାଙ୍କ ପରଲୋକ ହେବା ପରେ ଦିନ ୧୦ଟାରେ ତାଙ୍କ ସଂପୂର୍ଣ୍ଣ ଶରୀର ଆନାଟୋମି ବିଭାଗର ଡା.ମମତା ସର,ଆରତୀ ପ୍ରଧାନ,କ୍ଷୀରେସ ବାରିକ,ଫୁଲ ସୁନା ଓ ବିପ୍ର ତାଣ୍ଡିଆଙ୍କ ଗହଣରେ ପ୍ରଦାନ କରାଯାଇଛି। ଏହି ସମୟରେ ଉତ୍ସର୍ଗର ପ୍ରଶାନ୍ତ ପାଟ୍ଟଯୋଶୀ,ରଜନୀ ନାଗ୍,ଜୟନ୍ତ ନନ୍ଦ,ପ୍ରବୀଣ ଦୀକ୍ଷିତ, ଶିବ ନାରାୟଣ ପାଣିଗ୍ରାହୀ ଓ ସୁଧିର ପୂଝାରୀ ଉପସ୍ଥିତ ଥିଲେ।ଅନ୍ତର୍ଜାମୀଙ୍କ ମୃତ୍ୟୁରେ ଉତ୍ସର୍ଗ ପକ୍ଷରୁ ଶୋକ ପ୍ରକାଶକରି ତାଙ୍କର ଅମର ଆତ୍ମାର ଶାନ୍ତି କାମନା କରାଯାଇଛି।