Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ଅଭିନବ ଓ ନିଆରା ଢ଼ଙ୍ଗରେ ପାଲିଲେ ସମର୍ଥକ,ଶୁଭେଚ୍ଛୁ

ସମ୍ବଲପୁର:ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଜି ୭୫ତମ ଜନ୍ମଦିନ ନିଆରା ଓ ଅଭିନବ ଢ଼ଙ୍ଗରେ ପାଳନ କରାଯାଇଛି।ମାଁ ସମଲେଶ୍ବରୀଙ୍କ ମନ୍ଦିର ରେ ଦୀପଦାନ ଭଳି ପଡିଆବାହାଲ, ଧମା,ମାନେଶ୍ୱର,ଯୁଯୋମୁରା ଓ ରେଢାଖୋଲରେ ରକ୍ତଦାନ,ବୃକ୍ଷରୋପଣ ଓ କେକ୍ କାଟି ପାଳନ କରାଯାଇଛି।ପଡିଆବାହାଲ ଠାରେ ୬୫ ଜଣ ସ୍ଵେଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ ୭୫ ଚାରା ରୋପଣ କରାଯାଇ ପ୍ରଶନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରାଯାଇଥିଲା। ପଡିଆବାହାଲ ଠାରେ ରକ୍ତଦାନ ଶିବିର କୁ ଜ଼ିଲ୍ଲା ପରିଷଦ ଜୋନ୍ ୧ ସଦସ୍ୟା କବିତା ସାହୁ ଉଦଘାଟନ କରିଥିଲେ I ମାଁ ସମଲେଶ୍ବରୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା I ଏଥିରେ ରକ୍ତଦାତା ମାନେ ତାଙ୍କ ପ୍ରିୟ ନେତା ପ୍ରସନ୍ନ ଙ୍କ ଜନ୍ମଦିନ କୁ ସ୍ମରଣୀୟ କରିବା ପାଈଁ ସ୍ବଇଚ୍ଛାରେ ଆସି ରକ୍ତଦାନ କରିଛନ୍ତି I କାର୍ଯ୍ଯକ୍ରମରେ ଅତିଥିଭାବେ ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, କୁକୁଡ଼ାପାଲି ସରପଞ୍ଚ ଗୀତାଞ୍ଜଳି ଦେହୁରୀ,ପୁର୍ବତନ ଯୁଯୋମୁରା ବ୍ଲକ୍ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ, ସମାଜସେବୀ ଡ଼ା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ସାମିଲ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ଯକ୍ରମକୁ ଭକ୍ତ ବନ୍ଧୁ ଦାସ, ସୁଶାନ୍ତ ମହାପାତ୍ର, ଇସ୍ ମାଇଲ ଆଜାଦ ବଢ଼େଇ, ହରିହର ନାୟକ, ରାଜକୁମାର ସାହୁ, କୈଳାଶ ବିଶ୍ୱାଳ, ଘନଶ୍ୟାମ ସାହୁ, ଅନନ୍ତ ନାରାୟଣ ବେହେରା, ରାଜେଶ ପଣ୍ଡା, ସୁବାଶିଷ ଜେନା, କୁଞ୍ଜ ବିହାରୀ ବାଗ, ମନୋଜ ସୁବୁଦ୍ଧି, ସୂର୍ଯ୍ୟ ସାହୁ,ରୂପେଶ ପାତ୍ର ଖିରୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ I ଏହି ଶିବିର କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ବଲପୁର ରକ୍ତ ଭଣ୍ଡାର ପକ୍ଷରୁ ଡକ୍ଟର କଳ୍ପେସ କକଡ , କାଉନସିଲର କର୍ମଦେବ ପଟେଲ , ଏଲଟି ମାଧବ ଚନ୍ଦ୍ର ସୁହୁଲା, ଆଟେଣ୍ଡେଣ୍ଟ ଗଣେଶ ସେଠ ଏବଂ ସୁରେନ୍ଦ୍ର ସୁହୁଲା ପ୍ରମୁଖ ପରିଚାଳନା କରିଥିଲେ I ଏହି ଅବସରରେ ଜାତୀୟ ରାଜପଥ ୫୩ ର ପ୍ରଧାନପାଲି ବିପ୍ରେଶ୍ୱର ଶିବ ମନ୍ଦିର କଡରେ ବୃକ୍ଷ ରୋପଣ କରାଯାଇଥିଲା I ରକ୍ତଦାନ ଶିବିର ପରେ ଜୟ ଦୁର୍ଗା ମହାବିଦ୍ୟାଳୟ ପଡିଆବାହାଲ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ କେକ୍ କାଟି ପ୍ରସନ୍ନ ଙ୍କ ଜନ୍ମଦିନ ପାଳନ କରାଯାଇଥିଲା Iଯୁଯୋମୁରା ଠାରେ ମଧ୍ୟ ରକ୍ତଦାନ ଶିବିର ବିଜେଡିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା।
ସକାଳେ ସମଲେଶ୍ୱରୀ ମନ୍ଦିର ରେ ୭୫ ଗୋଟି ଦୀପ ପ୍ରଜ୍ବଳନ କରାଯାଇ ପ୍ରଶନ୍ନଙ୍କ ଜନ୍ମ ଦିନ ପାଳନ ହୋଇଥିଲାଏହି ଅବସରରେ ଏମ୍ ଡ଼ି ଅଜିମ ଅଜୁ, ମହମଦ ସନାଉଲ୍ଲା, ଲଷ୍ମୀ ପ୍ରସାଦ ମହାପାତ୍ର, ଖରାଂଶୁ ଶେଖର ଦେବ, ଭକ୍ତ ବନ୍ଧୁ ଦାସ, ସୁଶାନ୍ତ ମହାପାତ୍ର, ବିନୋଦ ବଡ଼ପଣ୍ଡା, ସୁଶୀଲ ବେହେରା,ଆଶୁତୋଷ ପଣ୍ଡା, ବିଜୟ ସ୍ୱାଇଁ,ପ୍ରଶାନ୍ତ ଥାପା, ଆଶୁତୋଷ ସ୍ୱାଇଁ, ସଂଗୀତା ଦାସ, ସରିତା ଦାସ,ସରୋଜ ସାହୁ,ସୁଶାନ୍ତ ମହାପାତ୍ର,ରଞ୍ଜନ ଶର୍ମା, ରିଙ୍କୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I ପୂଜକ ଅମ୍ବିକା ରାୟ ମା’ ସମଲେଶ୍ୱରୀ ପୂଜା କରିଥିଲେ I
ସେହିପରି ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ଠାରେ ଆଶୁ ଚିକିତ୍ସା ପାଈଁ ଆସିଥିବା ରୋଗୀ ମାନଙ୍କୁ ଫଳ, ପାଉଁରୁଟି, ବିସ୍କୁଟ ଏବଂ କ୍ଷୀର ବଣ୍ଟନ କରାଯାଇଥିଲା Iବିଜେଡିର ଦେବାଶିଷ ବେହେରା, ସତ୍ୟ ବ୍ରତ ବ୍ରତ ପାଢ଼ୀ, ନୀଳ ମାଧବ ଦାସ, ଲକ୍ଷ୍ମୀ ସାହୁ, ଚୈତନ୍ୟ ଜେନା, ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ତାଙ୍କ ପ୍ରିୟ ନେତା ପ୍ରସନ୍ନ ଙ୍କ ଜନ୍ମଦିନ ଅବସରରେ ଏହି ଭଳି ସାମାଜିକ ସେବାରେ ସାମିଲ ହୋଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜେଡିର ବରିଷ୍ଠ ନେତା ହୀରାଲାଲ୍ ବେହେରା ଓ ମନୋଜ ମହାପାତ୍ର ସଂଯୋଜନା କରି ପଶ୍ଚିମ ଓଡିଶାର ପ୍ରିୟ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ସମାଜକୁ ଉତ୍ସର୍ଗିତ କରିବାକୁ ପ୍ରୟାସ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ