ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ। ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଏହି ଦିନ ମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଓ ଉଚ୍ଚତା ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ, ଡି.ଇ.ସି ଓ ଆଇବରମେକଟିନ ଟ୍ୟାବଲେଟ ଖୁଆଇବେ। ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା. ଦୁର୍ଗାଦତ୍ତ ଦାସ ବୈଠକରେ ସୂଚନା ଦେବା ସହ ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଔଷଧ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା, କିମ୍ବା ଅତିଶୟ ଗୁରୁତର ରୋଗରେ ଶଯ୍ୟା ପୀଡିତଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସେବନ କରିବେ। ଆମ ଜିଲ୍ଲାରେ ଗତବର୍ଷ ସାମୁହିକ ଔଷଧ ସେବନ ପରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବାବେଳେ ସମସ୍ୟା ଏହା କି ଏହି ରୋଗ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦରଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ। ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଞ୍ଚଳର ଜନବସତି ସମସ୍ତ ଯୋଗ୍ୟ ଲୋକଙ୍କୁ ଔଷଧ ସେବନ କରାଯିବ। ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡିଇସି ଟ୍ୟାବଲେଟ, ଆଲବେଣ୍ଡାଜଲ, ଆଇଭରମେକ୍ଟିନ ଟ୍ୟାବଲେଟ ଜିଲ୍ଲାକୁ ଆସିଥିବା ବୈଠକରେ ସୂଚନା ଦିଆଯାଇଛି।
କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡ଼ା. ଶ୍ୟାମ ରଥ ଏବଂ ଯୁଗ୍ମ ନିର୍ଦେଶକ ମେଲେରିଆ ଡ଼ା. ସୁଭାଶିଷ ମହାନ୍ତି ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ଥିବା ସୂଚନା ପ୍ରଦାନ କରି ଜିଲ୍ଲାରେ ଫେଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ତା ସମ୍ପର୍କରେ ଆଲୋଚନା କରି ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ତାଲିମ ପ୍ରକୋଷ୍ଠରେ ଆୟୋଜିତ ଏହି ପ୍ରେସ କନଫରେନ୍ସ କାର୍ଯ୍ୟକ୍ରମରେ ଏଡିପିଏଚଓ ଏଫଡବ୍ଲୁ ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବର ଏଡିପିଏଚଓ ଡିସି ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ, ଭିଭିଡି ଡା ଗୋପାଳ ଚନ୍ଦ୍ର ମଲ୍ଲିକ, ଡିପିଏମଏନଏଚଏମ ଶ୍ରୀ ବିଶ୍ୱମ୍ବର ବେହେରା, ଭେକଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ଚନ୍ଦ୍ର ଶେଖର ମିଶ୍ର, ଯବ କୀମସନ ପଧାନ, ଜିଲ୍ଲା ସଂଯୋଜକ ଫ୍ୟାଲେରିଆ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଏଡିପିଏଚସି ଓ ବୃନ୍ଦାବନ ସାହୁ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।