Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୁଅ ପଚ ପଚ ରାସ୍ତା::ଲାଡମ ପାଳି ନୁଆଁ ପଡା ଓ ମୁଣ୍ଡା ପଡାବାସୀଙ୍କୁ ଭରସାେ

ସମ୍ବଲପୁର/କୁଚିଣ୍ଡା:ସ୍ୱାଧୀନତାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଲାଡମ ପାଳି ନୁଆଁ ପଡା ଓ ମୁଣ୍ଡା ପଡା ବାସୀଙ୍କ ଗମନା ଗମନ ପାଇଁ ପକା ରାସ୍ତା ଟିଏ ସାତ ସପନ ହୋଇଯାଇଛି | ବର୍ଷା ଦିନେ ଉକ୍ତ ଦୁଇ ପଡା ବାସୀ କାଦୁଅ ପଚ ପଚ ରାସ୍ତା ରେ ଗମନା ଗମନା କରି ଚାଲିଛନ୍ତି ,ଏନେଇ ଅନେକ ଥର ପଡାବାସୀ ଜମନକିରା ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ ବି କୌଣସି ସଫଳ ଆଜି ଯାଏଁ ପାଇଁ ପାରିଲେ ନାହିଁ | ଏହି ପଡା ଦୁଇଟି  ଜମନକିରା ପଂଚାୟତ ସମିତି ର ଧୁଡ଼ିପାଳି ଗ୍ରାମପଞ୍ଚାୟତ ଅଧୀନ ରେ ପଞ୍ଚାୟତ ରୁ ଅନେକ ନିର୍ଵାଚିତ ପ୍ରତିନିଧି ନିର୍ଵାଚିତ ହୋଇ ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ ,ସରପଞ୍ଚ ହୋଇ ସାରିଛନ୍ତି | ହେଲେ   କେହିବି ଜଣେ ଏହି ରାସ୍ତା ଉପରେ ଗୁରୁତ୍ୱ ଦେଉନାହାନ୍ତି ଉଭୟ ପଡ଼ାର ଜନ ସଂଖ୍ୟା ୨ହଜାର ରୁ ଉର୍ଦ୍ଧ ରହୁଛନ୍ତି ଅନ୍ୟ ପଟେ  ରାଜ୍ୟରେ ନୁଆଁ ସରକାର ଗଠନ ପରେ ଖୋଦ କୁଚିଣ୍ଡା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ,ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଘୋଷଣା କରୁଛନ୍ତି ଶହେ ଜନ ସଂଖ୍ୟା ବିଶିଷ୍ଠ ଗ୍ରାମ କୁ ପକ୍କା ରାସ୍ତା | ଦେଖା ଯାଉ ଲାଡମ ପାଳି ନୁଆଁ ପଡା ଓ ମୁଣ୍ଡା ପଡା ବାସୀଙ୍କ ପାଇଁ କେବେ ଏହି ସୁବିଧା ଲାଗୁ ହେଉଛି ଏବଂ ଉଭୟ ପଡାବାସୀ କାଦୁଅ ପଚ ପଚ ରାସ୍ତାରୁ ନିସ୍ତାର ପାଉଛନ୍ତି | ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ମାନେ ଏଇ ରାସ୍ତା ଦେଇ ମନାପାଳି  ସ୍କୁଲ ଏବଂ ଧୁଡ଼ିପାଳି ସ୍କୁଲ କୁ ଯାତାୟାତ କରୁଥିବା ବେଳେ ବହୁ ସମୟରେ ସାଇକେଲରୁ ପଡି କାଦୁଅ ସରସର ରେ ଫେରିବାକୁ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ତଥାପି ଅଂଚଳର ନିର୍ଵାଚିତ ଜନ ପ୍ରତିନିଧି ଠିକ ଭାବେ ବ୍ଲକ ପ୍ରଶାସନ ଆଗରେ ଉପସ୍ଥାପନ କରି ପାରୁ ନାହାନ୍ତି ତାହା ଏକ ବଡ଼ ପ୍ରଶ୍ନ ବାଚୀ ? ଦେଶ ଏବେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏବେ ବି ଏପରି କାଦୁଅ ପଚ ପଚ ରାସ୍ତାରେ ଯାତାୟାତ କରୁଥିବା ପଡା ବାସୀ ଙ୍କ ଦୁର୍ଭାଗ୍ୟ ବୋଲି କୁହାଯାଇପାରେ | ଅନେକ ସରପଞ୍ଚ ନିର୍ବାଚିତ ହୋଇ ଯଦି ସେହି ପଞ୍ଚାୟତ ର ସମସ୍ୟା ର ସମାଧାନ କରିବାରେ ଅସମର୍ଥ ତେବେ କାହିଁକି ଅଞ୍ଚଳବାସୀ ଏପରି ବ୍ୟକ୍ତି ବିଶେଷ ଙ୍କୁ ନିର୍ବାଚିତ କରୁଛନ୍ତି ବୋଲି ଅଂଚଳରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପଲିଟିଛି | ଏଣୁ ଉକ୍ତ ଦୁଇ ପଡା ତ ଗମନା ଗମନ ଦୃଷ୍ଟି କୁ ଆଖି ଆଗରେ ରଖି ଏହି ରାସ୍ତା ର କାର୍ଯ୍ୟ ହାତକୁ ନେଇ ଏକ ପକ୍କା ସଡ଼କ ମୁଣ୍ଡା ପଡା ଠାରୁ ନୁଆଁ ପଡା ଦେଇ ଲାଡମ ପାଳି ଗାଁ କୁ ସଂଯୋଗ କରାଗଲେ ପଡା ବାସୀ ଅତ୍ୟନ୍ତ ପକ୍ଷେ ସୁବିଧାରେ ଯା ଆସ କରିପାରନ୍ତେ ବୋଲି ଦାବି ହୁଏ |     

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ