Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଗଡେଶ୍ୱର ଶୀତଳଷଷ୍ଠୀ ପାଇଁ ଗଣ୍ଠିଲି ଫିଟା ଓ ଥାଳ ଉଠା ଅନୁଷ୍ଠିତ

ଜମନକିରା,୨୩/୪: ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ବାବା ଶଗଡେଶ୍ୱର ମହୋତ୍ସବ ଏବଂ ଶୀତଳଷଷ୍ଠୀ ପୂଜା ପାଇଁ ଗଣ୍ଠିଲି ଫିଟା ଓ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷରେ ପିତାମାତା ହୋଇଥିବା ଅଜୟ ବେହେରା ଏବଂ ତାଙ୍କ ଧର୍ମପତ୍ନୀ କାଦମ୍ବିନୀ ବେହେରା ଗଣ୍ଠିଲି ଫିଟେଇଥିଲେ। ଚଳିତ ବର୍ଷ ମାତା ପାର୍ବତୀ ପିତାମାତା ଭାବେ ରଞ୍ଜନ କୁମାର ପଣ୍ଡା ଏବଂ ଧର୍ମପତ୍ନୀ ମୋନାଲିସା ପଣ୍ଡା କାର୍ଯ୍ୟ ତୁଲାଇଥିବା ବେଳେ ଶିବ ବାବାଙ୍କ ପିତାମାତା ଭାବେ ଦେବଗଡ଼ ଜିଲ୍ଲା ଡେରାପତରା ଗାଁର ସଞ୍ଜିତ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ମାମିଲତା ପ୍ରଧାନ କାର୍ଯ୍ୟ ତୁଲାଇଥିଲେ। ଆସନ୍ତା ମଇ ୨୪ ତାରିଖ ଦିନ ହେବାକୁ ଥିବା ଶଗଡେଶ୍ୱର ମହୋତ୍ସବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ବାବା ମଠ ସନ୍ନିକଟସ୍ଥ ହିମାଳୟ ସ୍ଥିତ ସ୍ଥାନରେ ପିତ୍ରାଳୟ ହେବାକୁ ସ୍ଥିର ହୋଇଛି। ପୂଜାକାର୍ଯ୍ୟ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ରୁଦ୍ର ନାରାୟଣ ବେହେରା, ସମ୍ପାଦକ ସୁମନ୍ତ ବେହେରା, କୋଷାଧ୍ୟକ୍ଷ ରତନ ଲାଲ ସିଂ ଉପସ୍ଥିତ ଥିବା ବେଳେ ଶୀତଳଷଷ୍ଠୀ ଯାତ୍ରା ଏବଂ ଶଗଦଡେଶ୍ୱର ମହୋତ୍ସବ କମିଟିର ସଭାପତି ନୃପଲାଲ ପଳେଇ, ବାବୁନି ମହାନ୍ତି, ଗଣେଶ ଗୁପ୍ତା, ଶଶିଭୂଷଣ ବଢ଼େଇ, ସଞ୍ଜୟ ମହାକୁଲ, ବୁଧିରାମ ମହାକୁଲ, ଯୋଗେଶ୍ୱର ସାହୁ, ଚିତ୍ତରଞ୍ଜନ ଶର୍ମା, ମହେନ୍ଦ୍ର ବାଘ, ବିକାଶ ମହାକୁଲ, ସ୍ବାମୀ ଶିବାନନ୍ଦ ମହାରାଜ ଜୀ ପ୍ରମୁଖ ସହଯୋଗ କରିଥିଲେ। ସଂଯୋଜକ ମଳୟ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।