ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସଡକ ସୁରକ୍ଷା କମିଟି ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋନପୁର ବସଷ୍ଟାଣ୍ଡ ଠାରେ ଡ୍ରାଇଭର ଓ କଣ୍ଡକ୍ଟର ମାନଙ୍କୁ ନେଇ ଏକ ସଚେତନ ତା ଶିବିର ଆୟୋଜନ କରଯାଇଥିଲା । ଏଥିରେ ମୁଖ୍ୟ ଅତିଥ୍ ଭାବରେ ଆରଟିଓ ଅକ୍ଷୟ କୁମାର ଜେନା ଯୋଗ ଦେଇ ମହିଳା ଯାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କୁ ବସଯାତ୍ରା ରେ ଉତ୍ତମ ବ୍ୟବହାର ଦେବାକୁ ପରାମର୍ଶ କରିଥିଲେ ଓ ଗାଡ଼ି ଚଳାଇବା ବେଳେ ମଦ ନ ପିଇବାକୁ, ଯାତ୍ରୀ ଙ୍କ ଠାରୁ ସଠିକ୍ ଧାର୍ଯ୍ୟ ଦର ନେବାକୁ ପରାମର୍ଶ କରିଥିଲେ। ଅତିଥି ଭାବରେ ଡିଏସଏସଓ, ଏମିଭିଆଇ ବିଶ୍ଵ ରଂଜନ ସାହୁ, ବସ୍ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହି, ସଦସ୍ୟ ବୁଲୁ ହୋତା, ସୁଦର୍ଶନ ପଣ୍ଡା ଯୋଗ ଦେଇ ଡ୍ରାଇଭର ଓ କଣ୍ଡକ୍ଟର ମାନଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମ ମାନିବାକୁ ଓ ସରକାରୀ ନିୟମ ଅନୁଯାୟୀ ଉତ୍ତମ ବସ୍ ସେବା ଯୋଗାଇବାକୁ, ଅନ୍ଧ ଓ ମାନସିକ ବିକୃତି ଲୋକଙ୍କୁ ମାଗଣା ସେବା ଦେବାକୁ ପରାମର୍ଶ କରିଥିଲେ। ଆଞ୍ଚଳିକ ପରିବହନ ବିଭାଗ ର କର୍ମଋରୀ ରଘୁନାଥ ଭୋଇ ଭୋଇ, ରବୀନ୍ଦ୍ର ଦଳାଇ, ଚିତ୍ତ ରଞ୍ଜନ ଭୋଇ କାର୍ଯକ୍ରମ ମ ରେ ସହଯୋଗ କରିଥିବା ବେଳେ ଶତାଧିକ ବସ୍ ଷ୍ଟାଫ୍ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।