Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଠେଶ୍ଵର ପୀଠ ଉନ୍ନତି ପାଇଁ ମନ୍ତ୍ରୀଙ୍କୁ ଭେଟିଲେ ଟ୍ରଷ୍ଟ ସଦସ୍ୟ

ସମ୍ବଲପୁର : ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାଇରମାଲ ଗ୍ରାମ ନିକଟ ଗୋସେଇଁ ମଠ ପାହାଡ଼ରେ ବହୁ ପୁରାତନ ଅବହେଳିତ ଶୈବ ପୀଠ ଚଳିତ ଶ୍ରାବଣ ମାସରେ ଚଳଚଞ୍ଚଳ ହୋଇପଡିଛି। ତେବେ ଗତ ଚୈତ୍ର ମାସ ପୂର୍ଣ୍ଣିମା ଅପେଲ ୮ ତାରିଖ ଦିନ ଏହି ପୀଠର ଉନ୍ନତି ସକାଶେ ଆଞ୍ଚଳିକ ଜନସାଧାରଣଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ ହୋଇଥଲା। ଏହି ବୈଠକରେ ପୂର୍ବତନ କୁଚିଣ୍ଡା ବିଧାୟକ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଅଧ୍ୟକ୍ଷତା କରିଥିଲେ। ତେବେ ଉକ୍ତ ପୀଠଟି ବହୁ ପୁରାତନ ତଥା ଅବହେଳିତ ଅବସ୍ଥାରେ ଥିବାରୁ ନବନିର୍ମିତ ଟ୍ରଷ୍ଟ କମିଟିର ସଦସ୍ୟ ମାନେ ପୀଠର ଉନ୍ନତି ସକାଶେ ଅଣ୍ଟା ଭିଡିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ କାଲି ୮ ଅଗଷ୍ଟ ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ କୁଚିଣ୍ଡା କାର୍ଯ୍ୟାଳୟକୁ ଟ୍ରଷ୍ଟ ତରଫରୁ କୁଲୁଣ୍ଡି ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ଭୋଇ, ସମାଜ ସେବୀ ସୁଶାନ୍ତ ପଟେଲ, ପ୍ରସନ୍ନ ପଧାନ, ମାନଭଞ୍ଜନ ମେହେର, ପ୍ରଦୀପ ବେହେରା ଓ ଶେଷଦେବ ବେହେରା ଯାଇ ମନ୍ତ୍ରୀ ମହୋଦୟଙ୍କୁ ଭେଟି ପୀଠର ଉନ୍ନତି ପାଇଁ ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଖୁବ୍ ଶୀଘ୍ର ମଠେଶ୍ୱର ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରକାଶ ଯୋଗ୍ୟ, ଏହି ପୀଠକୁ ବର୍ତ୍ତମାନ ସ୍ଥିତିରେ ଯିବା ଆସିବା କରିବାପାଇଁ ଭଲ ରାସ୍ତା ଖଣ୍ଡିଏ ନ ଥିବା ବେଳେ ଚଳିତ ଶ୍ରାବଣ ମାସରେ ଶହ ଶହ କାଉଡ଼ିଆ ଓ ଶୈବ ଭକ୍ତଙ୍କ ଜମାଟ ଦେଖିବାକୁ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ