Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡାରେ ସାମୁହିକ ଫାଇଲେରିଆ ଔଷଧ ସେବନ ଶୁଭାରମ୍ଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସାମୁହିକ ଫାଇଲେରିଆ ନିରାକରଣ ଔଷଧ ସେବନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଏମଡିଏ କର୍ନରରେ ଡାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ରଶ୍ମିତା ଭୋଇ ପ୍ରମୂଖ ଉପସ୍ଥିତ ରହି ନିଜେ ଔଷଧ ସେବନ ପୂର୍ବକ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଫାଇଲେରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଔଷଧ ସେବନ କରାଇବା ପାଇଁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି। ଏଠାରେ ସୂଚ଼ନାଯୋଗ୍ୟ ଯେ ୧୦ ରୁ ୧୯ ଅଗଷ୍ଟ ଯାଏଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜିତ ହେବ । କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମାଁ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ ସମସ୍ତେ ଡିଇସି ବଟିକା ସହିତ ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକାର ନିର୍ଦ୍ଧାରିତ ମାତ୍ରା ଏହି କାର୍ଯ୍ୟକ୍ରମ ଅବଧିରେ ନିହାତି ଖାଇବା ଆବଶ୍ୟକ । ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ଵେବ୍ରାସବୀମାନେ ବିଦ୍ୟାଳୟରେ ଏବଂ ଘରକୁ ଘର ଯାଇ ଏହି ଔଷଧ ଖୁଆଇବେ । ସରକାରଙ୍କ ତରଫରୁ ସଂପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ଏହି ଔଷଧ ଫାଇଲେରିଆ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଉପାଦେୟ । ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମଟି ଭିବିଡ଼ିଟିଏସ୍ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ସ୍ୱାସ୍ଥ୍ୟକର୍ମୀ ବଟକୃଷ୍ଣ ପଣ୍ଡା, ମହିଳା ସ୍ୱାସ୍ଥ୍ୟକର୍ମୀ ଜ୍ବୋତୀଶ୍ରୀ ରାଏ,  ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ