Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହାବିଦ୍ୟାଳୟରେ କ୍ରାନ୍ତି ଓ ବିଶ୍ୱ ଆଦିବାସୀ ଦିବସ ପାଳନ

ସମ୍ବଲପୁର:କୁଚିଣ୍ଡା ମହାବିଦ୍ୟାଳୟରେ ଅଗଷ୍ଟ କ୍ରାନ୍ତି ତଥା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୁଚିଣ୍ଡା ସ୍ଥିତ ବିର୍ସାମୁଣ୍ଡା ଛକରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମ୍ମାନିତ ଅତିଥିଙ୍କ ସହିତ ଛାତ୍ରଛାତ୍ରୀ ପୁଷ୍ପମାଳା ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହାପରେ ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସମ୍ବଲପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଅଧିକାରୀ ମାରିଆନୁସ ବିଲୁଙ୍ଗ ଯୋଗ ଦେଇ ଆଦିବାସୀଙ୍କ ଆଇନ ତଥା ଅଧିକାର ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ. ଅମିୟ କୁମାର ପାତ୍ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ତଥା ଅଗଷ୍ଟ କ୍ରାନ୍ତି ଦିବସର ମହନୀୟତା ବିଷୟରେ କହିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ. ସୁଭଦ୍ରା ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ବେଲମତି କୁମୁରା ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ଅଧ୍ୟାପକ ଭିକାରୀ ଓରାମ ସହଯୋଗ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନ୍. ଏସ. ଏସ ସ୍ଵେଚ୍ଛାସେବୀ ଶୁଭଶ୍ରୀ ଶତପଥୀ, ରାକ୍ଷୀ ଅର୍କ, ଅନ୍ୱେଷା ସାମଲ, ଅଙ୍କୁଶ ମିଶ୍ର, ଏବଂ ୟୁଥ୍ ରେଡକ୍ରସ ର ସ୍ୱେଚ୍ଛା ସେବୀ ଆଦ୍ୟାଶା ପ୍ରିୟଦର୍ଶିନୀ ମୁଦୁଲି , ପାୟଲ ପଟେଲ ସହଯୋଗ କରିଥିଲେ ।