Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ହିଣ୍ଡାଲକୋ କମ୍ପାନୀ ଫ୍ଲାଏ ଆଶରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ସମ୍ବଲପୁର:ବର୍ତ୍ତମାନ ଶିଳ୍ପ ବହୁଳ ରେଙ୍ଗାଲି ଓ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ କମ୍ପାନୀ ଗୁଡିକରୁ ନିର୍ଗତ ଫ୍ଲାଏ ଆଶ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି । ଫ୍ଲାଏ ଆଶକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ସକାଶେ ସରକାର ବିଭିନ୍ନ ନିୟମ ପ୍ରଣୟନ କରୁଥିବା ସତ୍ତ୍ୱେ ସ୍ଥାନୀୟ ଶିଳ୍ପାନୁଷ୍ଠାନଗୁଡିକ ଖୋଲା ଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ସିଲ୍ଲିପଥର, ଡେଙ୍ଗିମଚ୍ଚା, ରାନୀବନ୍ଧ ପ୍ରମୁଖ ଅଞ୍ଚଳର ଲୋକମାନଙ୍କ ଅଭିଯୋଗ କ୍ରମେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଏହି ଅଞ୍ଚଳଗୁଡିକୁ ପରିଦର୍ଶନ କରିଥିଲେ ତଥା ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଲୋକେ ବିଧାୟକଙ୍କୁ ସ୍ଥାନୀୟ ହୀରାକୁଦର ହିଣ୍ଡାଲକୋ କମ୍ପାନୀ ବିରୋଧରେ ଫ୍ଲାଏ ଆଶ ଓ ବିଷାକ୍ତ ଗ୍ୟାସର ପ୍ରଭାବରେ ଚାଷ ଜମି ଗୁଡିକ କିଭଳି ପ୍ରଭାବିତ ହେଉଛି, ଅଭିଯୋଗ କରିଥିଲେ । ଏହା ସହ ବହୁ ସରକାରୀ ଜମିରେ କମ୍ପାନୀ ବିନା ଅଧିଗ୍ରହଣରେ ମନମୁଖୀ ନୀତି ଆପଣାଇ ଫ୍ଲାଏ ଆଶ ପକାଉଥିବା ଲୋକେ ବିଧାୟକଙ୍କୁ କହିଥିଲେ । ଏହି ଫ୍ଲାଏ ଆଶ ମଧ୍ୟ ସିଧାସଳଖ ନାଳ ମାଧ୍ୟମରେ ମହାନଦୀରେ ମିଶୁଥିବା ଦେଖାଯାଇଥିଲା । ବିଧାୟକ ସୁଦର୍ଶନ ହରିପାଲ ପରିସ୍ଥିତିକୁ ହୃଦୟଙ୍ଗମ କରି ନିଜେ ଜିଲ୍ଲା ପ୍ରଶାସନ ତଥା ପ୍ରଦୂଷଣ ବୋର୍ଡର ଅଧିକାରୀମାନଙ୍କ ସହ ଆଲୋଚନା କରି ଅଞ୍ଚଳରେ ଫ୍ଲାଏ ଆଶର ସୁବିନିଯୋଗ ତଥା ସୁପରିଚାଳନା କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ରେଙ୍ଗାଲି ବିଧାୟକଙ୍କ ସହ ଜିତୁ ମିଶ୍ର, ଅକ୍ଷୟ ସ୍ବାଇଁ, ଉତ୍ତମ ବାଗ୍, ମଞ୍ଜୁ ଓରାମ, ସଞ୍ଜିବ୍ ହୋତା, ଅଶୋକ ସିକନ୍ଦର, ବିକାଶ ଖାତି, ଜୟପ୍ରକାଶ ମିରିଗ, ରିକନ୍ ବିଶ୍ବାଳ, ବିନୋଦ ଓରାମ, କୁନା ବାଗ୍, ମୋହନ ବାଗ୍, କାହ୍ନା ବାଗ୍, ସୂରଜ ଓରାମ, ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ