Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ବିଷୁଦ୍ଧ ଥଣ୍ଡା ପାନୀୟ ଜଳ ପାଇଁ ମେସିନ ର ବ୍ୟବସ୍ଥା କଲେ ବ୍ଲକ ପ୍ରଶାସନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଲୟରେ ରୋଗୀ ମାନଙ୍କ ପାଇଁ ଦୁଇଟି ଥଣ୍ଡା ପାନୀୟ ଜଳ ମେସିନ ସଂଯୋଗିକରଣ କରାଯାଇଛି l ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଲୟ ର ରୋଗୀ ମାନେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିଲେ I ଶନିବାର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ଉପସ୍ଥିତି ରେ ରୋଗୀ ମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ବିରମହlରାଜପୁର ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଟି ଥଣ୍ଡା ପାନୀୟ ଜଳ ମେସିନ ସଂଯୋଗି କରଣ କରାଯାଇଥିଲା l ଥଣ୍ଡା ପାନୀୟ ଜଳ ସଂଯୋଗ ହେବାପରେ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା I ସେହିପରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମୂର୍ଷୁଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୁବଳୟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଗୋଟିଏ ଲେଖାଁଏ ଥଣ୍ଡା ପାନୀୟ ଜଳମେସିନ ସଂଯୋଗି କରଣ କରାଯାଇଥିବା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ